ଆଜିଠୁ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ

କଟକ: ରାଜ୍ୟଗୋଷ୍ଠୀ ଟିଟି ପ୍ରତିଯୋଗିତା ଆମ ପାଇଁ ବହୁତ ଭଲରେ ଯିବ। ଏଥିପାଇଁ ପ୍ରତ୍ୟେକ ଖେଳାଳି ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମହିଳା ତାରକା ମନିକା ବାତ୍ରା। ପ୍ରତିଯୋଗିତାକୁ ସିଙ୍ଗାପୁର, ଇ˚ଲଣ୍ଡ, ମାଲେସିଆ ଭଲ ଶକ୍ତିଶାଳୀ ଦଳ ଆସିଛନ୍ତି। ସେମାନଙ୍କ ବିପକ୍ଷରେ ଖେଳିବା ପାଇଁ ଆମେ ସେହି ଅନୁସାରେ ପ୍ରସ୍ତୁତ କରିଛୁ। ପ୍ରତ୍ୟେକ ମ୍ୟାଚ୍‌ରେ ଆମେ ଶତ ପ୍ରତିଶତ ଉଦ୍ୟମ କରିବୁ। ତାହା ହେଲେ ଯାଇ ଭାରତକୁ ପଦକ ଆସିପାରିବ ବୋଲି ସେ କହିଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ମନିକା ମହିଳା ଯୁଗଳ ଓ ମିଶ୍ରିତ ଯୁଗଳରେ ପ୍ରି-କ୍ବାର୍ଟର ପର୍ଯ୍ୟନ୍ତ ଯାଇଥିଲେ। ତେଣୁ ସେ ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ଉପରେ କହିଛନ୍ତି ଯେ ଉକ୍ତ ପ୍ରତିଯୋଗିତାରେ କୋରିଆ ଓ ଅଷ୍ଟ୍ରେଲିଆକୁ ହରାଇ ପ୍ରି-କ୍ବାର୍ଟର ପର୍ଯ୍ୟନ୍ତ ଯାଇଥିଲୁ। ଏହା ପୂର୍ବରୁ କୋରିଆ ଓପନ୍‌ରେ ଏକକ ପର୍ଯ୍ୟାୟରେ ଚୀନର ମାନ୍ୟୁ ଵାଙ୍ଗ୍‌କୁ ହରାଇଥିଲେ। ଯାହାକି ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏହା ପ୍ରଥମ ଘଟଣା ଥିଲା। ତେଣୁ ପ୍ରତ୍ୟେକ ମ୍ୟାଚ୍‌କୁ ଗୁରୁତ୍ବପୁର୍ଣ୍ଣ ଭାବେ ନେଇ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ। ସମସ୍ତେ ଭଲ ଖେଳିଲେ ପଦକ ନିଶ୍ଚୟ ଆସିବ ବୋଲି ମନିକା ଏକ ସାକ୍ଷାତକାରରେ କହିଛନ୍ତି।

ସମ୍ବନ୍ଧିତ ଖବର