ଆଜି ଆସୁଛନ୍ତି ୫ ଦଳ: ଭାରତ ଦଳଗତ ଦାବିଦାର, ଶରତ ଏକମାତ୍ର ଆଶା

କଟକ: ଜବାହରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ପାଇଁ ସୋମବାରଠୁ ଖେଳାଳିମାନେ ଓଡ଼ିଶାରେ ପହଞ୍ଚିବେ। େଵଲ୍ସ, ଇ˚ଲଣ୍ତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ମାଲେସିଆ ଖେଳାଳିମାନେ ସୋମବାର ବିଭିନ୍ନ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏଠାରୁ ସେମାନଙ୍କୁ ସିଧାସଳଖ ହୋଟେଲ ନିଆଯିବ। ସେଠାରେ ବିଶ୍ରାମ କରିବା ପରେ ମଙ୍ଗଳବାର ଅଭ୍ୟାସ କରିବା ପାଇଁ ସେମାନେ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇଣ୍ତୋର ହଲ୍‌କୁ ଆସିବେ ବୋଲି ଜଣାପଡିଛି। ଭାରତୀୟ ଦଳର ଖେଳାଳିମାନେ ବିଭିନ୍ନ ସ୍ଥାନରେ ଚାଲିଥିବା ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଥିବାରୁ ସେମାନେ ଅଲଗା ଭାବେ ଭୁବନେଶ୍ବରରେ ପହଞ୍ଚିବେ ବୋଲି ଜଣାପଡିଛି।
ଶରତ କମଲଙ୍କ ନେତୃତ୍ବରେ ଆସୁଥିବା ଭାରତୀୟ ଦଳରେ ଅଭିଜ୍ଞ ଜି ସାଥିଆନ୍‌, ଆନ୍ଥୋନୀ ଅମଲରାଜ, ମାନବ ଠାକ୍କର ଓ ହରମିତ ଦେଶାଇ ପ୍ରଥମେ ହୋମ୍‌ ଆସୋସିଏସନ୍‌ କପ୍‌ ପାଇଁ ପ୍ରତିଦ୍ବନ୍ଦିତା କରିବେ। ଏହା ପରଠୁ ମନିକା ବାତ୍ରାଙ୍କ ନେତୃତ୍ବାଧୀନ ମହିଳା ଦଳ ଇଣ୍ତିଆ କପ୍‌ ପାଇଁ ଲଢେଇ କରିବେ। ମହିଳା ଦଳରେ ମନିକାଙ୍କ ସହିତ ମଧୁରିକା ପାଟକର, ସୁତୀର୍ଥ ମୁଖାର୍ଜୀ, ଅର୍ଚ୍ଚନା କାମଥ, ଆହିକା ମୁଖାର୍ଜୀ ସ୍ଥାନ ପାଇଛନ୍ତି। ଏହି ଦୁଇଟି ଦଳଗତ ପ୍ରତିଯୋଗିତା ଶେଷ ହେବା ପରେ ଏକକ ଓ ଯୁଗଳ ପ୍ରତିଯୋଗିତା ଚାଲିବ। ତେବେ ୨୦୦୪ ମସିହାରେ ମାଲେସିଆରେ ଆୟୋଜିତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଶରତ କମଲ ଏକମାତ୍ର ଭାରତୀୟ ଭାବେ ଏକକ ସ୍ବର୍ଣ୍ଣ ଜିତିଥିଲେ। ସେବେଠାରୁ ଭାରତ ସ୍ବର୍ଣ୍ଣ ପଦକ ପାଇବା ପାଇଁ ଭୋକିଲା ଥିବାବେଳେ ଏଥର ପୁଣି ଥରେ ଏହି ଆଶା ଉଜ୍ଜୀବିତ ହୋଇଛି। ନିକଟରେ ଏଠାରେ ଶେଷ ହୋଇଥିବା ଜାତୀୟ ଟେବୁଲ୍‌ ଟେନିସ୍‌ରେ ବିଶ୍ବର ଏହି ୩୨ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ତାଙ୍କର ନବମ ଜାତୀୟ ଟ୍ରଫି ହାସଲ କରି କୀର୍ତ୍ତିମାନ କରିଥିଲେ। ସେହିପରି ଭାରତୀୟଙ୍କ ମଧ୍ୟରେ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଜି ସାଥିଆନ୍‌ ମଧ୍ୟ ଯେକୌଣସି ପ୍ରତିଦ୍ବନ୍ଦୀଙ୍କୁ ହରାଇବାର ଦକ୍ଷତା ରଖୁଛନ୍ତି।

ଦଳଗତ ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ଗ୍ରୁପ୍‌ରୁ ଦୁଇଟି ଦଳ ଦ୍ବିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହା ପରଠୁ ନକ୍‌ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ୧୯ ତାରିଖରେ ଫାଇନାଲ୍‌ ଖେଳାଯିବ। ହୋମ୍‌ ଆସୋସିଏସନ୍‌ କପ୍‌ରେ ସିଙ୍ଗାପୁର, ଇ˚ଲଣ୍ତ ପରେ ଭାରତ ଅନ୍ୟତମ ପସନ୍ଦିତା ଦଳ ଭାବେ ଉଭା ହୋଇଛି। ଗତ ସ˚ସ୍କରଣର ପୁରୁଷ ଯୁଗଳ (ହଙ୍ଗକଙ୍ଗ କପ୍‌)ରେ ସୌମ୍ୟଜିତ ଘୋଷ ଓ ହରମିତ ଦେଶାଇ ଯୁଗଳ ସ୍ବର୍ଣ୍ଣ ଏବ˚ ଜି ସାଥିଆନ୍‌ ଓ ଦେବେଶ କାରିଆ ଯୁଗଳ ରୌପ୍ୟ ପଦକ ଜିତିଥିଲେ। ତେଣୁ ଏଥର ମଧ୍ୟ ପୁରୁଷ ଦଳ ଟ୍ରଫି କବ୍‌ଜା କରିବା ଆଶା ବାନ୍ଧିଛି। କିନ୍ତୁ ମହିଳାଙ୍କଠୁ ଆଶା କମ୍‌ ରହିଛି। ବରିଷ୍ଠ ଖେଳାଳି ମୌମା ଦାସଙ୍କ ଅନୁପସ୍ଥିତିରେ ମନିକା ବାତ୍ରା ଏକମାତ୍ର ଖେଳାଳି ଭାବେ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଅନ୍ୟପକ୍ଷରେ ମନିକାଙ୍କ ବ୍ୟତୀତ ମହିଳା ଦଳରେ ତିନିଜଣ ଜାତୀୟ ବିଜେତା ଥିବାରୁ ରାଜ୍ୟଗୋଷ୍ଠୀରେ ଏମାନେ ଗୋଟିଏ ଶକ୍ତି ହୋଇ ବିପକ୍ଷଙ୍କୁ ଟକ୍କର ଦେବେ। ଗତ ସ˚ସ୍କରଣରେ ମନିକା ଓ ଅଙ୍କିତା ଦାସଙ୍କ ଭାରତୀୟ ଯୋଡି ମହିଳା ଯୁଗଳ (କାନାଡା କପ୍‌) ଫାଇନାଲ୍‌ରେ ସିଙ୍ଗାପୁରଠୁ ପରାସ୍ତ ହୋଇଥିଲା। ଏଥର ମଧ୍ୟ ସିଙ୍ଗାପୁର ଇଣ୍ତିଆ କପ୍‌ ପାଇଁ ପ୍ରବଳ ଦାବିଦାର ଥିବା କୁହାଯାଉଛି।

ପ୍ରତିଯୋଗିତାର ତୃତୀୟ ଦିନରୁ ଏକକ ଇଭେଣ୍ଟ ଆରମ୍ଭ ହେବ। ସିଙ୍ଗାପୁର କପ୍‌ରେ ଗତ ସ˚ସ୍କରଣରେ ଭାରତର ଆଧିପତ୍ୟ ଥିଲେ ବି ସିଙ୍ଗାପୁରର ଚେନ୍‌ ଫେଙ୍ଗ ୪-୨ରେ ଆନ୍ଥୋନୀ ଅମଲରାଜଙ୍କୁ ହରାଇ ଟ୍ରଫି ନେଇଯାଇଥିଲେ। ସେମି ଫାଇନାଲ୍‌ରେ ତିନି ଭାରତୀୟ ଖେଳାଳି ଉପସ୍ଥିତ ଥିଲେ। ଅମଲରାଜଙ୍କ ବ୍ୟତୀତ ସୌମ୍ୟଜିତ ଘୋଷ ଓ ସନିଲ ସେଟ୍ଟୀ ସେମିରେ ପରାଜିତ ହୋଇଥିଲେ। ଅନ୍ୟପକ୍ଷରେ ଓସେନିଆ କପ୍‌ରେ ଗତଥର ମନିକା ସେମି ଫାଇନାଲ୍‌ରୁ ବିଦା ହୋଇଥିଲାବେଳେ ମୌମା ଦାସ ଏକମାତ୍ର ଖେଳାଳି ଭାବେ ରୌପ୍ୟ ପଦକ ଜିତିଥିଲେ। ଶେଷ ପର୍ଯ୍ୟାୟରେ ମିଶ୍ରିତ ଯୁଗଳ (ଗୁଏର୍ଣ୍ଣସେ କପ୍‌) ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭାରତୀୟ ପୁରୁଷ ଦଳ: ଶରତ କମଲ, ଜି.ସାଥିଆନ୍‌, ଆନ୍ଥୋନୀ ଅମଲରାଜ, ମାନବ ଠାକ୍କର, ହରମୀତ ଦେଶାଇ। ଭାରତୀୟ ମହିଳା ଦଳ: ମନିକା ବାତ୍ରା, ମଧୁରିକା ପାଟକର, ସୁତୀର୍ଥ ମୁଖାର୍ଜୀ, ଅର୍ଚ୍ଚନା କାମଥ, ଆହିକା ମୁଖାର୍ଜୀ

ସମ୍ବନ୍ଧିତ ଖବର