ଆର୍‌ସିବି ସହ ଅନୁଷ୍କା-ବାମିକା

ମୁମ୍ବାଇ: ଚେନ୍ନାଇ ପର୍ଯ୍ୟାୟ ପରେ ମୁମ୍ବାଇରେ ନିଜ ପରବର୍ତ୍ତୀ ମ୍ୟାଚ୍ ଖେଳିବା ଲାଗି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଖେଳାଳିମାନେ ମଙ୍ଗଳବାର ଏଠାରେ ପହଞ୍ଚିଛନ୍ତି। ମୁମ୍ବାଇରେ କରୋନା ସଂକ୍ରମଣ ଏବେ ଶୋ‌ଚନୀୟ ସ୍ଥିତିରେ ଥିଲାବେଳେ ଏହି ଦଳର ଖେଳାଳିମାନେ ବିମାନ ବନ୍ଦରରୁ ସିଧାସଳଖ ଦଳୀୟ ଜୈବ ବଳୟକୁ ଯାଇଛନ୍ତି।

ମାସ୍କ ପିନ୍ଧିବା ସହ ସମସ୍ତ ପ୍ରକାର ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଖେଳାଳିମାନେ ବିମାନ ବନ୍ଦର ବାହାରକୁ ଆସିଲା ବେଳେ କିନ୍ତୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଅଧିନାୟକ ବିରାଟ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ବାମିକା। ନୀଳ ଜିନ୍ସ ଓ ଧଳା ସାର୍ଟ ପିନ୍ଧିଥିବା ଅନୁଷ୍କାଙ୍କ କୋଳରେ ଥିବା କୁନି ବାମିକାର ମୁହଁ କିନ୍ତୁ ଆଦୌ ଦେଖାଯାଉନଥିଲା। ଚେଷ୍ଟ ବ୍ୟାଗ୍‌ରେ ‌ସେ ଅନୁଷ୍କାଙ୍କ ଛାତିରେ ଝୁଲି ରହିଥିଲା। ଅନୁଷ୍କା ମାସ୍କ ପିନ୍ଧିବା ସହ ବାମିକାକୁ ମଧ୍ୟ ସୁରକ୍ଷିତ ଭାବେ ଦଳୀୟ ବସ୍‌କୁ ନେଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର