ଏଲିମିନେଟର୍‌ ୩ରେ ପୁନେରି-ପାଟ୍‌ନା: ପ୍ରଦୀପ ନରଓ୍ଵାଲ୍‌ଙ୍କ କୀର୍ତିମାନ (୩୪)

ମୁମ୍ବାଇ: ଚଳିତ ପ୍ରୋ କବାଡ଼ି ଲିଗ୍‌ର ତୃତୀୟ ଏଲିମିନେଟର୍‌ରେ ପୁନେରି ପଲଟନ୍‌ ଏବଂ ପାଟନା ପାଇରାଟ୍ସ ମଧ୍ୟରେ ମଙ୍ଗଳବାର ଲଢ଼େଇ ହେବ। ଏହି ମ୍ୟାଚ୍‌ର ବିଜୟୀ ଦଳ ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିବ। ପ୍ରଥମ କ୍ୱାଲିଫାୟାର ଗୁଜରାଟ ଫର୍ଚୁନ ଜିଆଣ୍ଟ୍‌ସ ଏବଂ ବେଙ୍ଗଲ ଓ୍ଵାରିୟର୍ସ ମ୍ୟାଚ୍‌ର ପରାଜିତ ଦଳ ସହ ଏହି ମ୍ୟାଚ୍‌ ଖେଳାଯିବ। ଏହାର ବିଜେତା ଫାଇନାଲ୍‌ରେ କ୍ୱାଲିଫାୟାର ୧ର ବିଜେତାକୁ ଭେଟିବ। ସୋମବାରଠୁ ଆରମ୍ଭ ହୋଇଥିବା ଏଲିମିନେଟର୍‌ ରାଉଣ୍ଡ୍‌ର ପ୍ରଥମ ମ୍ୟାଚ୍‌ରେ ପୁନେରି ୪୦-୩୮ରେ ୟୁପି ଯୋଦ୍ଧାକୁ ପରାସ୍ତ କରିଥିଲା।

ପୁନେରି ପକ୍ଷରୁ ଦୀପକ ହୁଦା ୧୦ ଏବଂ ଗିରିଶ ମାରୁତି ଏର୍ନାକ ୭ ପଏଣ୍ଟ୍‌ ସ୍କୋର୍‌ କରିଥିଲେ। ୟୁପି ପକ୍ଷରୁ ରିଶାଙ୍କ ଦେବଦିଗା ୧୫ ପଏଣ୍ଟ୍‌ ସ୍କୋର୍‌ କରିଥିଲେ। ଦ୍ୱିତୀୟ ଏଲିମିନେଟର୍‌ରେ ପାଟନା ୬୯-୩୦ରେ ହରିଆଣା ଷ୍ଟିଲର୍ସକୁ ହରାଇଥିଲା। ପାଟନା ପକ୍ଷରୁ ପ୍ରଦୀପ ନରଓ୍ଵାଲ୍‌ ୩୪ ପଏଣ୍ଟ୍‌ ସ୍କୋର୍‌ କରି ପ୍ରୋ କବାଡ଼ି ଲିଗ୍‌ରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ପଏଣ୍ଟ୍‌ ହାସଲ କରିବାର କୀର୍ତିମାନ କରିଥିଲେ। ହରିଆଣା ପକ୍ଷରୁ ପ୍ରଶାନ୍ତ କୁମାର ରାଇ ୮ ପଏଣ୍ଟ୍‌ ସ୍କୋର୍‌ କରିଥିଲେ।

ସମ୍ବନ୍ଧିତ ଖବର