କାରବୀୟ ପ୍ରଶଂସକଙ୍କ ନାଚର ମଜା ନେଲେ ରୋହିତ

ଜାମାଇକା: ୱେ‌ଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାକୁ ଭାରତ ୨-୦ରେ ପୋଛିନେବା ପରେ କାରବୀୟ ପ୍ରଶଂସକଙ୍କ ନାଚର ମଜା ନେଇଥିଲେ ରୋହିତ ଶର୍ମା। ରୋହିତ ଏହି ଶୃଙ୍ଖଳାରେ ‌ଖେଳିବାର ସୁଯୋଗ ପାଇ ନଥିଲେ ମଧ୍ୟ ବହୁ ସ୍ଥାନୀୟ କ୍ରିକେଟ୍ ପ୍ରେମୀ ତାଙ୍କ ନାମ ଲିଖିତ ଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ। ରୋହିତ ବି ଗ୍ୟାଲେରି ଯାଇ ସେମାନଙ୍କୁ ଭେଟିଥିଲେ। ଏହି ପ୍ରଶଂସକମାନେ ଇଣ୍ଡିଜ୍ ପରାଜୟ ପରେ ବି ନାଚରେ ମସଗୁଲ ଥିବା ଦେଖି ରୋହିତ କିନ୍ତୁ ବିସ୍ମିତ ହୋଇଥିଲେ। ସେଥିପାଇଁ ସେ ଦୁଇ ଜଣ ପ୍ରଶଂସକଙ୍କୁ ନିଜ ପାଖକୁ ଡାକି ସେମାନଙ୍କ ନାଚ ଦେଖିଥିଲେ। ଉଭୟ ପ୍ରଶଂସକ ନିଆରା ଅଙ୍ଗ ଭଙ୍ଗୀରେ ‌ରୋହିତଙ୍କ ମନ ଜିତି ନେଇଥିଲେ। ରୋହିତ ହସି ହସି ସେମାନଙ୍କ ନାଚ ଦେଖିଥିଲେ। ଯାହାର ଭିଡିଓ ବିସିସିଆଇ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର