କୁଲଟର୍‌ ନାଇଲଙ୍କ ବିଶ୍ବକପ୍‌ କୀର୍ତି

ନଟିଂହାମ: ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚମତ୍କାର ପ୍ରତ୍ୟାବର୍ତନ କରି ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ପାଇଁ ଅଲରାଉଣ୍ଡର୍ ନାଥନ୍ କୁଲଟର୍‌ ନାଇଲଙ୍କ ଅବଦାନ ଅତୁଳନୀୟ ଥିଲା। ମାତ୍ର ୬୦ ବଲରୁ ୯୨ ରନ୍ କରିଥିବା ନାଇଲ୍ ନିଜ ପ୍ରଥମ ଅର୍ଧଶତକକୁ ଶତକ ପାଖାପାଖି ନେଇଯାଇଥିଲେ। ଅଷ୍ଟ୍ରେଲିଆ ୩୮ ରନ୍‌ରେ ୪ ୱିକେଟ୍ ହରାଇଥିବା ବେଳେ ଷ୍ଟିଭେନ୍ ସ୍ମିଥଙ୍କ ସହ ମିଶି ଶତକୀୟ ଭାଗୀଦାରି କରି ଦଳର ଭାଗ୍ୟ ବଦଳାଇ ଦେଇଥିଲେ। ତାଙ୍କ ପାଳିରେ ୮ ଚୌକା ଏବଂ ୪ ଛକା ମଧ୍ୟ ସାମିଲ ଥିଲା। ପୂର୍ବରୁ ୩୪ ରନ୍ ଥିଲା କୁଲଟର୍‌ ନାଇଲଙ୍କ ସର୍ବାଧିକ ଦିନିକିଆ ସ୍କୋର୍‌। ଏହି ପାଳି ସହିତ ସେ ଏକ ବିଶ୍ବ କୀର୍ତିମାନ କରି ନେଇଛନ୍ତି। ବିଶ୍ବକପ୍‌ ଇତିହାସରେ ଜଣେ ୮ ନମ୍ବର ବ୍ୟାଟସମ୍ୟାନ୍‌ ଭାବେ ସେ ଜିମ୍ବା‌ୱେର ହିଥ୍ ଷ୍ଟ୍ରିକଙ୍କ ସର୍ବାଧିକ ବ୍ୟକ୍ତିଗତ ୭୨ ରନ୍‌କୁ ପଛରେ ପକାଇ ଦେଇଛନ୍ତି। ଷ୍ଟ୍ରିକ୍ ଏହାକୁ ୨୦୦୩ ମସିହାରେ ହାସଲ କରିଥିଲେ। କୁଲଟର୍‌ ନାଇଲ୍ କିନ୍ତୁ ମାତ୍ର ୩ ରନ୍ ପାଇଁ ଦିନିକିଆ କୀର୍ତିମାନରୁ ବଞ୍ଚିତ ହୋଇଥିଲେ। ୮ ନମ୍ବରରେ ସର୍ବାଧିକ ଦିନିକିଆ ବ୍ୟକ୍ତିଗତ ସ୍କୋର୍‌ କୀର୍ତିମାନ କ୍ରିସ୍ ୱକ୍ସ (୯୫*)ଙ୍କ ନାମରେ ରହିଛି। ତାଙ୍କ ପଛକୁ ଥମାସ ଓଡୋୟା (୮୪), ଲାନ୍ସ କ୍ଲଜନର୍‌ (୮୩) ଏବଂ ଡାନିଏଲ୍‌ ଭିଟୋରି (୮୩) ରହିଛନ୍ତି।

ସମ୍ବନ୍ଧିତ ଖବର