କେନ୍ଦ୍ରମନ୍ତ୍ରୀଙ୍କୁ ଗୁହାରି କଲେ ପରିବାର

ଆଇଏମ୍‌  ଆଇଏମ୍‌ ସିଦ୍ଧାନ୍ତ କ୍ରୀଡ଼ା ବୃତ୍ତିରୁ ବାଦ୍‌

  • initial;”>ଭୁବନେଶ୍ୱର: ଚେସ୍‌ ତାରକା ଆନ୍ତର୍ଜାତିକ ମାଷ୍ଟର ସିଦ୍ଧାନ୍ତ ମହାପାତ୍ରଙ୍କୁ ତାଙ୍କ ଉନ୍ନତ ପ୍ରଦର୍ଶନ ଆଧାରରେ ୨୦୧୫ ସେପ୍ଟେମ୍ବରଠାରୁ ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ କ୍ରୀଡ଼ା ବୃତ୍ତି ମିଳୁଥିଲା। ୨୦୧୪ରେ ଜାତୀୟ କନିଷ୍ଠ ଚେସ୍‌ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ଆଧାରରେ ତାଙ୍କୁ ଏହି ବୃତ୍ତି ମିଳୁଥିଲା। ସନ୍ତୋଷଜନକ ପ୍ରଦର୍ଶନ ଆଧାରରେ ପରବର୍ତ୍ତୀ ଦୁଇ ବର୍ଷ ବୃତ୍ତିର ନବୀକରଣ ପାଇଁ ସର୍ତ୍ତ ରଖାଯାଇଥିଲା। ମାତ୍ର ୨୦୧୬ ଅଗଷ୍ଟରେ ବର୍ଷେ ପୂରଣ ହେବା ପରେ ଇଣ୍ଡିଆନ୍‌ ଅଏଲ୍‌ କର୍ତ୍ତୃପକ୍ଷ ଏହି ବୃତ୍ତି ପ୍ରଦାନ ବନ୍ଦ କରି ଦେଇଛନ୍ତି। ତେବେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୁଡ଼ାମଣି ଗ୍ରାମର ସିଦ୍ଧାନ୍ତ ସଫଳ ପ୍ରଦର୍ଶନ ଜାରି ରଖିଥିବା ବେଳେ ଏହି କ୍ରୀଡ଼ା ବୃତ୍ତି ତାଙ୍କୁ ପୁଣି ପ୍ରଦାନ କରାଯିବାକୁ ତାଙ୍କ ବାପା ମୁକ୍ତିକାନ୍ତ ମହାପାତ୍ର ଏବଂ ମାଆ ଜ୍ୟୋତ୍ସ୍ନାମୟୀ ମହାପାତ୍ର କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ସେମାନେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ସମ୍ପର୍କରେ ଲିଖିତ ଆବେଦନ କରିଛନ୍ତି। ଇରମ ସହିଦ ସ୍ମୃତି ଦିବସ ପାଳନ ଅବସରରେ ଶ୍ରୀ ପ୍ରଧାନ ଭଦ୍ରକ ଜିଲ୍ଲାରେ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସିଦ୍ଧାନ୍ତଙ୍କ ପିତାମାତା ତାଙ୍କୁ ସାକ୍ଷାତ କରି ଲିଖିତ ଭାବେ ଏ ସମ୍ପର୍କରେ ଜଣାଇଛନ୍ତି।
  • initial;”>ଆବଦେନପତ୍ରକୁ ତର୍ଜମା କରି ଉପଯୁକ୍ତ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି। ସେମାନେ ଦେଇଥିବା ଆବେଦନପତ୍ରରେ ଦର୍ଶାଇଛନ୍ତି, ସିଦ୍ଧାନ୍ତ ଜାତୀୟ ସ୍ତରରେ କନିଷ୍ଠ ବର୍ଗରେ ଜଣେ ଆଗଧାଡ଼ିର ଚେସ୍‌ ତାରକା। ୨୦୧୫ ସେପ୍ଟେମ୍ବର ୧ରୁ ୨୦୧୬ ଅଗଷ୍ଟ ମଧ୍ୟରେ କୌଣସି ଜାତୀୟ କନିଷ୍ଠ ଚେସ୍‌ ପ୍ରତିଯୋଗିତା ଆୟୋଜିତ ହୋଇନଥିଲା। ତେବେ ଏହି ସମୟ ମଧ୍ୟରେ ସିଦ୍ଧାନ୍ତ ଅନ୍ୟାନ୍ୟ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ଏଲୋ ରେଟିଂ ପଏଣ୍ଟ ୧୧୦ ବଢ଼ାଇବାରେ ସକ୍ଷମ ହୋଇଥିଲେ। ତେଣୁ ସିଦ୍ଧାନ୍ତଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ ଥିବାରୁ ତାଙ୍କର କ୍ରୀଡ଼ା ବୃତ୍ତି ନବୀକରଣ କରାଯିବାକୁ ସେମାନେ ଦାବି କରିଛନ୍ତି।
  • initial;”> ଭଦ୍ରକ ଜିଲ୍ଲା ବାସୁଦେବପୁରସ୍ଥିତ ଅଟଳବିହାରୀ କଲେଜରେ +୩ ପଦାର୍ଥ ବିଜ୍ଞାନ ସମ୍ମାନ ଦ୍ୱିତୀୟ ବର୍ଷ ଛାତ୍ର ସିଦ୍ଧାନ୍ତ ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ପଦକ ଏବଂ ୪ଟି କାଂସ୍ୟ ପଦକ ହାସଲ କରି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଜଣେ ସଫଳ ଚେସ୍‌ ତାରକା ଭାବେ ପରିଚୟ ସୃଷ୍ଟି କରିଛନ୍ତି। ୨୦୧୭ ଜୁଲାଇରେ ସେ ଆନ୍ତର୍ଜାତିକ ମାଷ୍ଟର ଟାଇଟଲ୍‌ ମଧ୍ୟ ହାସଲ କରିଛନ୍ତି। ନଭେମ୍ବର ୧୨ରୁ ୨୨ ଯାଏ ଇଟାଲୀରେ ଆୟୋଜିତ ବିଶ୍ୱ କନିଷ୍ଠ ଚେସ୍‌ ପ୍ରତିଯୋଗିତାରେ ଭାଗନେବାକୁ ସର୍ବଭାରତୀୟ ଚେସ୍‌ ମହାସଂଘ (ଏଆଇସିଏଫ୍‌) ତାଙ୍କୁ ଅନୁମତି ଦେଇଛି।
  • initial;”> ଏହି ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ପାଇଁ ତାଙ୍କୁ ଭାରତୀୟ ଓ ବିଦେଶୀ ପ୍ରଶିକ୍ଷକଙ୍କଠାରୁ ପ୍ରଶିକ୍ଷଣ ନେବା ସହ ଅଭ୍ୟାସ ଜାରି ରଖିବାର ଆବଶ୍ୟକତା ରହିଛି। ପ୍ରାୟୋଜକ ମିଳିଲେ ସେ ଏହି ପ୍ରତିଯାଗିତାରେ ଭାଗ ନେବାକୁ ସକ୍ଷମ ହେବେ ଏବଂ ଉପଯୁକ୍ତ ତାଲିମ ନେଇ ସଫଳ ପ୍ରଦର୍ଶନ କରିପାରିବେ। ପ୍ରତିଯୋଗିତା ପାଇଁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆବଶ୍ୟକ ଥିବାରୁ ଏଥିପାଇଁ ପ୍ରାୟୋଜକ ବ୍ୟବସ୍ଥା କରିବାକୁ ସେମାନେ ନିବେଦନ କରିଛନ୍ତି।
ସମ୍ବନ୍ଧିତ ଖବର