କେବଳ ଓଡ଼ିଶା ନୁ‌ହେଁ ସମଗ୍ର ଭାରତ ବର୍ଷ ଲାଭବାନ ହେବ: ମୁଖ୍ୟମନ୍ତ୍ରୀ

ଓଡ଼ିଶା କ୍ରୀଡ଼ାର ବିକାଶ ପାଇଁ ଆଜି ଏକ ଐତିହାସିକ ଦିବସ। ସୋମବାର ଏକାଥରକେ ପାଞ୍ଚଟି ହାଇପର୍ଫମାନ୍ସ କେନ୍ଦ୍ର ଉଦଘାଟିତ ହୋଇଛି। ଓଡ଼ିଶା କ୍ରୀଡ଼ାକୁ ନୂଆସ୍ତରକୁ ନେବା ଲାଗି ଦକ୍ଷ ପେସାଦାର, କଂପାନି ଏବଂ ଓଡ଼ିଶା ସରକାର ହାତ ମିଳାଇଛନ୍ତି। ଏହି ଉଚ୍ଚସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷ ପାଇଁ ଲାଭଦାୟକ ହେବ ‌େବ‌ାଲି ଆଶା କରୁଛି। ମୁଁ ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀ ଜନସାଧାରଣଙ୍କୁ ଏହି କେନ୍ଦ୍ରଗୁଡ଼ିକୁ ଉତ୍ସର୍ଗ କରୁଛି। ଭାରତର କ୍ରୀଡ଼ା କ୍ୟାପିଟଲ ‘ଓଡ଼ିଶା’କୁ ଆସିଥିବା ସମସ୍ତ ମହାନୁଭବ ଏବଂ ଏହି ଐତିହାସିକ ପଦକ୍ଷେପ ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

ସମ୍ବନ୍ଧିତ ଖବର