କୈଫ୍‌ଙ୍କୁ ‘ବସ୍‌ ଡ୍ରାଇଭର’ କହିଥିଲେ ହୁସେନ

Hussein called Kaif a "bus driver."

ନୂଆଦିଲ୍ଲୀ: ଭାରତ ଓ ଇ˚ଲଣ୍ତ ମଧ୍ୟରେ ୨୦୦୨ରେ ଲର୍ଡ୍ସରେ ହୋଇଥିବା ନ୍ୟାଟ୍‌ୱେଷ୍ଟ ଶୃଙ୍ଖଳା ଫାଇନାଲ୍‌ କ୍ରିକେଟ ଇତିହାସର ଶ୍ରେଷ୍ଠ ପଶ୍ଚାତ୍‌ଧାବନ ମ୍ୟାଚ୍‌ ଭାବେ ବିବେଚନା କରାଯାଉଛି। ବିଜୟ ପାଇଁ ଭାରତକୁ ୩୨୬ ରନ୍‌ ଆବଶ୍ୟକ ହେଉଥିବା ବେଳେ ଭାରତ ସଅଳ ୫ ଵିକେଟ୍‌ ହରାଇ େଦଇଥିଲା। ଏହି ସମୟରେ ଯୁବରାଜ ସି˚ହ ଓ ମହମ୍ମଦ କୈଫ ବ୍ୟାଟି˚ କରିବାକୁ ଆସିଥିଲେ ଏବଂ ଦୁହେଁ ଭାରତକୁ ଜିତାଇଥିଲେ। ଏହାପରଠୁ ଏହି ଦୁଇଜଣ ତାରକା ଖେଳାଳି ପାଲଟି ଯାଇଥିଲେ। ଏପରିକି କୈଫ୍‌ଙ୍କର ଏହା ଶ୍ରେଷ୍ଠ ପାଳି ଭାବେ ମଧ୍ୟ କୁହାଯାଉଛି।

ଉକ୍ତ ମ୍ୟାଚ୍‌ରେ ଇ˚ଲଣ୍ତର ସର୍ବାଧିକ ରନ୍‌ ସ˚ଗ୍ରହକାରୀ ତଥା ଦଳର ପୂର୍ବତନ ଅଧିନାୟକ ନାସିର ହୁସେନ୍‌ ଫାଇନାଲ୍‌ରେ କୈଫଙ୍କ ସହ କରିଥିବା ସ୍ଲେଜି˚ ଘଟଣାକୁ ମନେ ପକାଇଛନ୍ତି। କୈଫ ବ୍ୟାଟି˚ କରି େଫରିବା ପରେ ଆସିଥିଲେ ନାସିର ତାଙ୍କୁ ‘ବସ୍‌ ଡ୍ରାଇଭର’ ସହ ତୁଳନା କରିଥିେଲ। କହିଥିେଲ ବସ୍‌ ଡ୍ରାଇଭର ଏେବ ତାଠୁ ବଡ଼ ଗାଡି ଚଳାଇେଲ। ସେହି ମ୍ୟାଚ୍‌ରେ କୈଫ ବଡ଼ ପାଳି ଖେଳିଥିବାରୁ ସବୁଦିନ ପାଇଁ ସେ ମନେରହିବେ। ଏପରିକି ଲର୍ଡ୍ସରେ କୈଫ ଓ ଯୁବରାଜଙ୍କ ଫଟୋ ଲାଗିଥିବା ନାସିର ଟ୍ବିଟ୍‌ରେ କହିଛନ୍ତି। ବିଶ୍ବର ଶ୍ରେଷ୍ଠ ୫ ପଶ୍ଚାତ୍‌ଧାବନ ମ୍ୟାଚଗୁଡ଼ିକ ମଧ୍ୟରେ ଏହାକୁ ଗଣାଯାଏ। କାରଣ ଯେଉଁଭଳି ଭାବେ ଏହି ଦୁଇ ଅଜଣା ବ୍ୟାଟ୍ସମ୍ୟାନ ମ୍ୟାଚ ଜିତାଇଦେଲେ, ତାହା ଭୂଲିହେବ ନାହିଁ। ଯଦି ସଚିନ୍‌ ଓ ସେହବାଗଙ୍କ ଯୋଡ଼ି ମ୍ୟାଚ ଜିତାଇଥାନ୍ତେ ତାହେଲେ ଆଶ୍ଚର୍ଯ୍ୟ ହେବାର ନଥିଲା। କିନ୍ତୁ ଉକ୍ତ ଦୁଇଜଣ ସମସ୍ତଙ୍କ ପାଇଁ ନୂଆ ଥିଲେ। ଏହାହିଁ ଭାରତୀୟ କ୍ରିକେଟକୁ ଅଧିକ ଉତ୍ସାହିତ କରିଥିଲା ବୋଲି ନାସିର କହିଛନ୍ତି। ଏହି ମ୍ୟାଚରେ କୈଫ ଓ ଯୁବରାଜ ଷଷ୍ଠ ଵିକେଟରେ ୧୨୩ ରନ୍‌ ଯୋଡ଼ିଥିଲେ। ପରେ ଯୁବରାଜ ୬୩ ରନ୍‌ରେ ଆଉଟ ହୋଇଥିଲେ। ହେଲେ କୈଫ ଆକ୍ରମଣାତ୍ମକ ଖେଳ ଜାରି ରଖିବା ସହ ଭାରତକୁ ୨ ଵିକେଟ ବ୍ୟବଧାନରେ ଜିତାଇଥିଲେ। କୈଫ ୭୫ ବଲ୍‌ରୁ ୮୭* ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର