କ୍ରାମନିକଙ୍କ ଅବସର

ମସ୍କୋ: ରୁଷିଆ ଗ୍ରାଣ୍ଡମାଷ୍ଟର ଭ୍ଲାଦିମିର କ୍ରାମନିକ ମଙ୍ଗଳବାର ପେସାଦାର ଚେସ୍‌ରୁ ଅବସର ଘୋଷଣା କରିଛନ୍ତି। ଚେସ୍ ଜଗତର ଅନ୍ୟତମ ଦକ୍ଷ ଖେଳାଳିର ମାନ୍ୟତା ଲାଭ କରିଥିବା ୪୩ ବର୍ଷୀୟ କ୍ରାମନିକ ଚେସ୍ ଶିକ୍ଷା ଉପରେ ଅଧିକ ମନୋନିବେଶ କରିବା ଲାଗି ଖେଳ ଜଗତରୁ ସନ୍ୟାସ ନେଇଥିବା ପ୍ରକାଶ କରିଛନ୍ତି। ସଂପ୍ରତି ସେ ବିଶ୍ବ ମାନ୍ୟତାର ସପ୍ତମ ସ୍ଥାନରେ ରହିଥିଲେ। ତେବେ ୨୦୦୦ ମସିହାର ବିଶ୍ବ ପ୍ରତିଯୋଗିତାରେ ଗ୍ୟାରି କାସ୍ପାରୋଭଙ୍କୁ ହରାଇ ସେ ଅଧିକ ଚର୍ଚିତ ହୋଇଥିଲେ। ୨୦୦୬ ମସିହାରେ କ୍ରାମନିକ ବିଶ୍ବ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର