ଜାତୀୟ ତିରନ୍ଦାଜୀ ପ୍ରତିଯୋଗିତା: ଅଭିଷେକ, ଜ୍ୟୋତିଙ୍କୁ କମ୍ପାଉଣ୍ତ ସ୍ବର୍ଣ୍ଣ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାର କମ୍ପାଉଣ୍ତ ରାଉଣ୍ତ ବୁଧବାରଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟର ପୁରୁଷ ଏକକରେ ଦିଲ୍ଲୀର ଅଭିଷେକ ବର୍ମା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୁଇ ରାଉଣ୍ତ ମଧ୍ୟରେ ସେ ମୋଟ ୭୦୬ ପଏଣ୍ଟ ପାଇଥିଲେ। ତାଙ୍କ ପଛକୁ ପଞ୍ଜାବର ସ˚ଗମପ୍ରୀତ ସି˚ହ ବିସ୍‌ଲା ୭୦୪ ପଏଣ୍ଟ ପାଇ ରୌପ୍ୟ ଓ ରାଜସ୍ଥାନର ରଜତ ଚୌହାନ ସମାନ ସ˚ଖ୍ୟକ ପଏଣ୍ଟ ସହ କା˚ସ୍ୟ ପଦକ ହାସଲ କରିଛନ୍ତି। ଏହି ବିଭାଗରେ ଓଡ଼ିଶାର ଏରମା ପଦିଆମି ୬୬୦ ପଏଣ୍ଟ ସହ ୧୦୦ ତମ ସ୍ଥାନ, ବିକ୍ରମ ସି˚ହ ଠାକୁର ୬୩୦ ପଏଣ୍ଟ ପାଇ ୧୧୪ ତମ ସ୍ଥାନ ଓ ପୂର୍ଣ୍ଣଚନ୍ଦ୍ର ମାଝୀ ୬୧୬ ପଏଣ୍ଟ ସହ ୧୨୩ ତମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ମହିଳା ବିଭାଗରେ ପେଟ୍ରୋଲିୟମ ସ୍ପୋର୍ଟ୍ସ ପ୍ରମୋସନ ବୋର୍ଡର ଜ୍ୟୋତି ସୁରେଖା ସ୍ବର୍ଣ୍ଣ, ଏଆଇପିଏସ୍‌ସିବିର ମୋନାଲି ଚନ୍ଦ୍ରା˚ଶ ଝାଡ଼ାଓ ରୌପ୍ୟ ଓ ରାଜସ୍ଥାନର ପ୍ରିୟା ଗୁଜର କା˚ସ୍ୟ ପଦକ ପାଇଛନ୍ତି। ଏହି ଇଭେଣ୍ଟରେ ଓଡ଼ିଶାରୁ କୌଣସି ଖେଳାଳି ଅ˚ଶଗ୍ରହଣ କରିନଥିଲେ। ଗୁରୁବାର କମ୍ପାଉଣ୍ତ ଅଲିମ୍ପିକ୍‌ ରାଉଣ୍ତ ଓ ଦଳଗତ ପ୍ରତିଯୋଗିତାଗୁଡ଼ିକ ଅନୁଷ୍ଠିତ ହେବ ବୋଲି ରାଜ୍ୟ ତୀରନ୍ଦାଜୀ ସ˚ଘ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ ଜଣାଇଛନ୍ତି।

ସମ୍ବନ୍ଧିତ ଖବର