ଜୋକୋଭିକଙ୍କ ସହ ରାତ୍ରୀଭୋଜନ ସ୍ମୃତି ମନେପକାଇଲେ ସାରାପୋଭା

dinner with djokovic

ବେଙ୍ଗାଲୁରୁ: ସର୍ବିଆର ନୋଭାକ ଜୋକୋଭିକ୍ ଏବଂ ରୁଷିଆ ସୁନ୍ଦରୀ ମାରିଆ ସାରାପୋଭା ଦୁନିଆର ଦୁଇ ଲୋକପ୍ରିୟ ଟେନିସ୍ ତାରକା ଭାବେ ସାରା ବିଶ୍ୱରେ ଜଣାଶୁଣା। ଜୋକୋଭିକ୍ ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ସାରାପୋଭାଙ୍କ ସହ ଏକ ଇନଷ୍ଟ୍ରାଗ୍ରାମ ଲାଇଭ ଚାଟରେ ଯୋଗ ଦେଇଥିଲେ। ଏହି ଚାଟ୍‌ରେ ସାରାପୋଭା ସର୍ବିଆର ଟେନିସ୍ ଖେଳାଳିଙ୍କ ସହ ତାଙ୍କର ପ୍ରଥମ ମୁକାବିଲାକୁ ମନେ ପକାଇଥିଲେ। ଦୁହେଁ ମିଶ୍ରିତ ଯୁଗଳ ମ୍ୟାଚ୍‌ରେ ଖେଳିଥିଲେ। ସାରାପୋଭାଙ୍କୁ ଜୋକୋଭିକ୍‌ କହିଥିଲେ ଯେ ଏହି ମ୍ୟାଚ୍‌ ଜିତିଲେ ମୋତେ ତୁମେ ରାତ୍ରୀ ଭୋଜନ ଦେବ। “ମୋର ମନେ ଅଛି ଯେ ଆମେ ଏହି ଛୋଟ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିଥିଲୁ। ମୁଁ ସେତେବେଳେ କମ୍‌ ବୟସ୍କା ଥିଲି, ତୁମେ ବି ଯୁବକ ଥିଲ। ସେତେବେଳେ ତୁମେ ପ୍ରତିଯୋଗିତା ଜିତିଥିଲ କି ନାହିଁ ମୁଁ ଜାଣି ନଥିଲି ବୋଲି ସାରାପୋଭା ସ୍ମୃତି ଚାରଣ କରିଥିଲେ। ତୁମେ କହିଲ ଯେ ଯଦି ତୁମେ ଜିତିବ, ମୋତେ ରାତ୍ରିଭୋଜନ ଦେବାକୁ ପଡ଼ିବ। ମୁଁ ଏଥିରେ ରାଜି ହେବା ସହ ଠିକ୍‌ ଅଛି ବୋଲି କହିଥିଲି। ଏହି ପିଲାଟି କିଏ? ବୋଲି ସାରାପୋଭା ପୁରୁଣା ସ୍ମତିକୁ ମନେ ପକାଇ କହିଛନ୍ତି।

ତୁମେ ଜିତିଲ, ସେହି ରାତିରେ ଆମେ ଜାପାନର ଏକ ସ୍ଥାନରେ ରାତ୍ରୀ ଭୋଜନ କରିଥିଲେ। ରାତ୍ରୀଭୋଜନ ପରେ ତୁମେ ଏକ ପୁରୁଣା କୋଡାକ କ୍ୟାମେରାକୁ ୱେଟରକୁ ଦେଇ ଫଟୋ ଉଠାଇବାକୁ କହିଥିଲ ବୋଲି ସାରାପୋଭା ପ୍ରକାଶ କରିଛନ୍ତି। ଏହି କାହାଣୀକୁ ସାରୋପୋଭା ବର୍ଣ୍ଣନା କଲାବେଳେ ଜୋକୋଭିକ୍ ସମଗ୍ର ଘଟଣା ସତ ବୋଲି ମାନିବା ସହ ମାରିଆ ସତ କହୁଛନ୍ତି ବୋଲି କହିଥିଲେ। ଏହାର ଜବାବ ରଖି ସାରାପୋଭା କହିଥିଲେ, ‘ମୁଁ ଭାବୁଛି ତୁମେ ଜଣେ ପ୍ରଶଂସକ’। ଜୋକୋଭିକ୍ ଆହୁରି ମନେ ପକାଇ କହିଲେ ଯେ ସେ କ୍ୟାମେରା ଏବଂ ଫଟୋଗ୍ରାଫ୍ ହରାଇ ଦେଇଛନ୍ତି। ତୁମେ ଉଦ୍ଦେଶ୍ୟମୂଳକ ଭାବରେ ହାରିଛ ବୋଲି ସ୍ବୀକାର କରିବାକୁ ପଡ଼ିବ ବୋଲି ଜୋକୋଭିକ ଥଟ୍ଟା କରି ମାରିଆଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର