ଝିଅକୁ ମନେପକାଇ ଭାବୁକ ହୋଇପଡୁଛନ୍ତି ସାମି

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ତାଙ୍କ ଝିଅ ଆଇରାଙ୍କ ବିଷୟରେ କଥା ହେବାବେଳେ ଭାବୁକ ହୋଇପଡ଼ୁଛନ୍ତି। ଆଇରା ବର୍ତ୍ତମାନ ସାମିଙ୍କ ପତ୍ନୀ ହାସିନ ଜହାଁଙ୍କ ସହ ରହୁଛନ୍ତି। ତାଲାବନ୍ଦ ପରଠୁ ଅନେକ ଦିନଧରି ସେ ତାଙ୍କ ଝିଅକୁ ଦେଖାକରିପାରିନାହାନ୍ତି। ଏହି ସମୟରେ ସାମି ତାଙ୍କ ଫାର୍ମ ହାଉସରେ ଅଭ୍ୟାସ ଜାରି ରଖିଥିଲା ବେଳେ ଏବେ ଦୁବାଇରେ କିଙ୍ଗ୍ସ ଏକାଦଶ ପଞ୍ଜାବ ସହିତ ଆଇପିଏଲ୍‌ ପାଇଁ ଅଭ୍ୟାସ କରୁଛନ୍ତି।

ଦୀର୍ଘ ଦିନଧରି ସମସ୍ତେ କ୍ରିକେଟ୍‌ଠୁ ଦୂରେଇ ରହିଥିଲେ। ତେଣୁ ଏବେ ଯେପରି ଜଣେ ଛୋଟ ପିଲା ଦୀର୍ଘ ଦିନ‌ ପରେ ଚକୋଲେଟ୍‌‌ ଦୋକାନକୁ ଆସି ଖୁସି ହୋଇଥାଏ, ‌ବର୍ତ୍ତମାନ ସମସ୍ତଙ୍କୁ ସେହିଭଳି ଅନୁଭବ ହେଉଛି। ଗୁରୁବାରଦିନ ଆମେ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିଛୁ। ଏହି ମ୍ୟାଚ୍‌ବେଳେ ସେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିବା ସାମି କହିଛନ୍ତି। ବରଂ ପ୍ରତ୍ୟେକ ଖେଳାଳି ସେମାନଙ୍କ ଲୟକୁ ଫେରିପାରିଥିବାରୁ ସେ ଖୁସୀ ବ୍ୟକ୍ତ କରିଛନ୍ତି। ସାମି ୨୦୧୩ରୁ ୨୦୧୮ ମଧ୍ୟରେ ଯଦିଓ ସେତେଟା ପ୍ରଭାବୀ ହୋଇପାରିନଥିଲେ, କିନ୍ତୁ ୨୦୧୯ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେହି ବର୍ଷ ସେ ୨୪.୬୮ ହାରରେ ୧୯ ୱିକେଟ୍‌ ଅକ୍ତିଆର କରିଥିଲେ। ଆଇପିଏଲ୍‌ରେ ସେ ବର୍ତ୍ତମାନ ସୁଦ୍ଧା ୪୦ ୱିକେଟ୍‌ ଦଖଲ କରିସାରିଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳପାଇଁ ବର୍ତ୍ତମାନ ସାମି ସର୍ବାଧିକ ୱିକେଟ୍‌ ସଂଗ୍ରହକାରୀ ହୋଇପାରିଛନ୍ତି।

ତବେ ତାଲାବନ୍ଦ ସମୟର କଥାକୁ ମନେପକାଇ ସାମି କହିଛନ୍ତି ଯେ ଏହି ଦିନଗୁଡ଼ିକ କେମିତି ଚାଲିଗଲା ଜଣାପଡ଼ିଲାନି। ପ୍ରବାସୀମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବାରେ ସକାଳୁ ଲାଗିପଡୁଥିଲୁ ଏବଂ ଅପରାହ୍ନରେ ଅଭ୍ୟାସ ପାଇଁ‌ ଫେରିଆସୁଥିଲି। ଏଥିପାଇଁ ପ୍ରଶାସନ ଓ ତାଙ୍କ ସହିତ ସାମିଲ ଥିବା ଲୋକମାନଙ୍କୁ ସାମି ଧନ୍ୟବାଦ ଜଣାଇଛନ୍ତି। ଏବେ ଦର୍ଶକମାନଙ୍କ ଆଗରେ ଖେଳିବା ସମ୍ଭବ ହେଉନାହିଁ। ଏହାସତ୍ତ୍ବେ ଦର୍ଶକମାନଙ୍କ ଚେହେରାରେ ଖୁସି ଆଣିଦେବା ତାଙ୍କ ଭଳି ଜଣେ କ୍ରିକେଟରଙ୍କ ଦାୟିତ୍ବ ବୋଲି ସେ ସ୍ବୀକାର କରିଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ଆଇପିଏଲ୍‌ରେ ୨୦ ତାରିଖରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର