ଟି-୨୦ ବିଶ୍ବକପ : ବାଂଲାଦେଶକୁ ୩ରନରେ ପରାସ୍ତ କଲା ଓ୍ବେଷ୍ଟଇଣ୍ଡିଜ୍

ସାରଜା :  ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ବାଂଲାଦେଶକୁ ୩ରନରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍ । ଚଳିତ ବିଶ୍ବକପରେ ଏହା ହେଉଛି ଓ୍ବେଷ୍ଟଇଣ୍ଡିଜର ପ୍ରଥମ ବିଜୟ ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ୍ ବାଂଲାଦେଶ ଆଗରେ ୧୪୩ରନର ବିଜୟ ଲକ୍ଷ୍ୟ ରଖିଥିଲା । ବଂଲାଦେଶ ପକ୍ଷରୁ ଲିଟନ ଦାସ ସର୍ବାଧିକ ୪୪ରନ କରିଥିବାବେଳେ ମହମ୍ମଦୁଲ୍ଲା ୩୧ରନ କରିଥିଲେ । ସେହିପରି ମହମ୍ମଦ ନଇମ ଓ ସୌମ୍ୟ ସରକାର ୧୭ ରନ ଲେଖାଏଁ କରିଥିଲେ ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ଓ୍ବେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦଳ ଆରମ୍ଭରୁ ହିଁ ନିଜର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଓ ଏଭିନ ଲୁଇସଙ୍କୁ ହରାଇଥିଲା । ତେବେ ଆଜି ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଖେଳୁଥିବା ରୋଷ୍ଟନ ଚେଜ୍ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସେ ୩୯ରନ କରି ଆଉଟ୍ ହୋଇଥିଲେ । ମାତ୍ର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ପୁଣି ଦଳକୁ ନିରାଶ କରିଥିଲେ । ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୁରନ ମାତ୍ର ୨୨ ବଲରେ ୪୦ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୪୨ ରନ କରିଥିଲା ।

ସମ୍ବନ୍ଧିତ ଖବର