ଡଚ୍‌ ଓପନ୍‌ କ୍ୱାର୍ଟର୍‌ରେ ସାତ୍ୱିକ-ଅଶ୍ୱିନୀ

ଆଲ୍‌ମେର: ଭାରତୀୟ ଯୋଡ଼ି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପ୍ପା ଡଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ମିଶ୍ରିତ ଯୁଗଳ କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ଗୁରୁବାର ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ ମୁକାବିଲାରେ ଏହି ଭାରତୀୟ ଯୋଡ଼ି ମାତ୍ର ୩୨ ମିନିଟ୍‌ ମଧ୍ୟରେ ଡେନ୍‌ମାର୍କ ଯୋଡ଼ି କ୍ରିଷ୍ଟୋଫର ନୁଦସନ୍‌ ଓ ଇସାବେଲା ନିଲସନ୍‌ଙ୍କୁ ସିଧାସଳଖ ୨୧-୧୨, ୨୧-୧୮ରେ ପରାସ୍ତ କରି ଦେଇଥିଲେ। ସାତ୍ୱିକ-ଅଶ୍ୱିନୀ ଯୋଡ଼ି କ୍ୱାର୍ଟର ଫାଇନାଲ୍‌ରେ ଆୟର୍ଲାଣ୍ଡ-ସ୍ୱିଡେନ୍‌ ଯୋଡ଼ି ସ୍କଟ୍‌ ଇଭାନ୍ସ ଓ ଆମନ୍ଦା ହଙ୍ଗଷ୍ଟ୍ରମ୍‌ଙ୍କୁ ଭେଟିବେ। ଏହି ଯୋଡ଼ି ଅନ୍ୟ ଏକ ପ୍ରିକ୍ୱାର୍ଟରଫାଇନାଲ୍‌ରେ ଜର୍ମାନି ଯୋଡ଼ି ଜୋନ୍‌ସ ରାଲ୍‌ଫି ଜାନ୍‌ସେନ୍‌ ଓ ଇଭା ଜାନ୍‌ସେନ୍‌ସଙ୍କୁ ୨୧-୧୧, ୧୭-୨୧ ଓ ୨୧-୧୮ରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର