ଡିସେମ୍ବରରେ ରାଜ୍ୟ ହକି ପ୍ରତିଯୋଗିତା

କଟକ: ଆସନ୍ତା ଡିସେମ୍ବରରେ ରାଜ୍ୟ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ବର୍ଷା ଓ ବନ୍ୟା ଜନିତ କାରଣରୁ ପ୍ରତିଯୋଗିତାକୁ ଡିସେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଥିବା ସ˚ଘ ପକ୍ଷରୁ କୁହାଯାଇଛି। ଏହା ୭ ଦିନ ଧରି ଚାଲିବ। ଏଥିରେ ଭାଗ ନେବାକୁ ଜିଲ୍ଲା ସ˚ଘମାନେ ସେମାନଙ୍କ ସମ୍ମତିକୁ ରାଜ୍ୟ ସ˚ଘ ସମ୍ପାଦକଙ୍କୁ ଜଣାଇବାକୁ ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥି ଜଣାଇଛନ୍ତି। ସଂଘ ପକ୍ଷରୁ ସମସ୍ତ ପ୍ରତିଯୋଗୀଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର