ଡିସେମ୍ବରରେ ସର୍ବଭାରତୀୟ ପୁଲିସ ହକି: ଡିଜିପି ବିଜୟ ଶର୍ମା ପରିଚାଳନା ସମିତି ଅଧ୍ୟକ୍ଷ

କଟକ: ସର୍ବଭାରତୀୟ ପୁଲିସ୍‌ ହକି ପ୍ରତିଯୋଗିତା ଡିସେମ୍ବର ମାସରେ ଭୁବନେଶ୍ବରରେ ଆୟୋଜିତ ହେବ। ଭୁବନେଶ୍ବରରେ ହକି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବାରୁ ସର୍ବଭାରତୀୟ ପୁଲିସ୍‌ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ପୁଲିସ୍‌କୁ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଅଧିକାର ଦେଇଛି। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବାକୁ ଗୁରୁବାର ଭୁବନେଶ୍ବରସ୍ଥିତ ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ଡିଜିପି ବିଜୟ କୁମାର ଶର୍ମାଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତା ଡିସେମ୍ବର ପ୍ରଥମ ସପ୍ତାହରେ କଳିଙ୍ଗ ଷ୍ଟାଡିୟମରେ କରାଯିବାକୁ ସ୍ଥିର ହୋଇଛି। ଏହା ଉପରେ ରାଜ୍ୟ କ୍ରୀଡ଼ା ବିଭାଗ ସହ ଆଲୋଚନା କରାଯାଇ କ୍ରୀଡ଼ା ସୂଚୀ ପ୍ରସ୍ତୁତ କରାଯିବ ବୋଲି ଆଲୋଚନା ହୋଇଛି। ଚଳିତ ବର୍ଷ ଜାତୀୟ ସ୍ତରରେ ପାଖାପାଖି ୩୦ ଦଳରୁ ୬୦୦ରୁ ଉଦ୍ର୍ଧ୍ବ ପ୍ରତିଯୋଗୀ ଏଥିରେ ଅ˚ଶଗ୍ରହଣ କରିବେ। ସଫଳ ଆୟୋଜନ ପାଇଁ ୫୦ରୁ ଅଧିକ କ୍ରୀଡ଼ା ପ୍ରଶାସକ ମଧ୍ୟ ନିୟୋଜିତ ହେବେ। ପ୍ରତିଯୋଗିତାର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଓ ସବ୍‌ କମିଟି ଗଠନ କରାଯିବ। ଡିଜିପି ବିଜୟ କୁମାର ଶର୍ମା ପ୍ରତିଯୋଗିତା ପରିଚାଳନା ସମିତିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଅତିରିକ୍ତ ଡିଜି ବିନୟତୋଷ ମିଶ୍ର ସମିତିର ଉପାଧ୍ୟକ୍ଷ, ଆଇଜି ଅମିତାଭ ଠାକୁର ସମିତିର ସମ୍ପାଦକ ଭାବେ କାର୍ଯ୍ୟ କରିବେ। ଅଧ୍ୟକ୍ଷଙ୍କ ଅଧିନରେ ଆଭ୍ୟର୍ଥନା କମିଟି, ବ୍ୟବସ୍ଥାପନ କମିଟି, ପରିବହନ କମିଟି, ଗଣମାଧ୍ୟମ ଓ ପ୍ରଚାର କମିଟି, ସ୍ମରଣୀକା କମିଟି, ଅର୍ଥ କମିଟି ଗଠନ କରାଯାଇଛି। ରାଜ୍ୟ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ଏହି କମିଟିରେ ସଦସ୍ୟ ଭାବେ ରହିବେ। ଏହି ବୈଠକରେ ଅତିରିକ୍ତ ଡିଜି ବିନୟତୋଷ ମିଶ୍ର, ଆର‌୍‌.ପି. କୋଚେ, ଅତିରିକ୍ତ ପୁଲିସ କମିସନର ସ˚ଜୟ ସି˚ହ, ଆଇଜି ରେଖା ଲୋହାନୀ, ଅମିତାଭ ଠାକୁର, ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର