ଦିଲ୍ଲୀ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ, ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ଲିଗ ମ୍ୟାଚରେ ହାଇଦ୍ରାବାଦ ଦିଲ୍ଲୀ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଦିଲ୍ଲୀ ଟସ ଜିଣି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଅଧିନାୟକ ଡେଭିଡ ଓ୍ଵାର୍ନର ଓ ଜନି ବେୟାରଷ୍ଟୋ ସତର୍କତାର ସହ ଖେଳି ଦଳକୁ ଏକ ମଜବୁତ ଆରମ୍ଭ ଦେଇଥିଲେ । ଓ୍ଵାର୍ନର ୪୫ ରନ କରି ଆଉଟ ହୋଇଥିବାବେଳେ ବେୟାରଷ୍ଟୋ ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ମନୀଷ ପାଣ୍ଡେ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ତେବେ କେନ ଓ୍ଵିଲିୟମସନ ଓ ବେୟାରଷ୍ଟୋ ଦୃଢ ବ୍ୟାଟିଂର ପ୍ରଦର୍ଶନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିକୁ ନେଇଥିଲେ । ବେୟାରଷ୍ଟୋ ୪୮ ବଲରେ ୫୩ ରନ କରିଥିଲେ । ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୬୨ ରନ କରିଥିଲା ।

ଚଳିତ ଆଇପିଏଲରେ ଦିଲ୍ଲୀ ଦଳର ପ୍ରଦର୍ଶନ ସବୁଠାରୁ ଭଲ ରହିଛି । ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ୨ଟିଯାକରେ ବିଜୟ ହାସଲ କରିଛି ଓ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ରହିଛି । ଅନ୍ୟପକ୍ଷରେ ହାଇଦ୍ରାବାଦ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ୨ଟି ଯାକରେ ପରାଜୟ ବରଣ କରିଛି ଓ ୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର