ଦୁଷ୍କର୍ମ ଅଭିଯୋଗରୁ ନେମାର ମୁକ୍ତ

ସାଓ ପାଓଲୋ: ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ବ୍ରାଜିଲୀୟ ଫୁଟବଲ୍ ତାରକା ନେମାରଙ୍କ ନାମରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ଆଦାଲତାରେ ପ୍ରତ୍ୟାଖାତ ହୋଇଛି। ମାସ ମାସ ଧରି ଝୁଲି ରହିଥିବା ଏହି ଅଭିଯୋଗକୁ ଜଣେ ବ୍ରାଜିଲୀୟ ବିଚାରପତି ଖାରଜ କରି ଦେଇଥିଲେ। ଗତ ମେ’ ମାସରେ ପ୍ୟାରିସର ଏକ ହୋଟେଲ୍‌ରେ ଜଣେ ମହିଳାଙ୍କୁ ନେମାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ନେମାର ଏହାକୁ ବାରମ୍ବାର ଖଣ୍ଡନ କରି ଆସୁଥିଲେ। ବ୍ରାଜିଲୀୟ ମଡେଲ୍‌ ନାଜିଲା ତ୍ରିନାଡଙ୍କ ଏହି ଅଭିଯୋଗ ବିରୋଧରେ ପିଏସଜି ତାରକା ନେମାରଙ୍କ ଓକିଲ ଫ୍ଲାବିଆ ମେର୍ଲିନି କିନ୍ତୁ ଯୁକ୍ତି ଉପସ୍ଥାପନରେ ସଫଳ ହୋଇଥିଲେ। ଏହି ମାମଲାକୁ ଏହିଠାରେ ଶେଷ କରିଦେବାକୁ ମେର୍ଲିନ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର