ଦେଶୀ ବାଇକର୍‌ ବଏ, ଓଡ଼ିଶାରେ ଏକାଡେମି ଲକ୍ଷ୍ୟ

ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): ବିଜୁଳି ଭଳି ବେଗ। ଚିତା ଭଳିଆ ଫୂର୍ତି। ପଲକ ପଡ଼ିଲା ବେଳକୁ ଆଖି ଆଗରୁ ଉଭାନ। ଘଣ୍ଟା ପ୍ରତି ଅଢେ଼ଇ ଶହ କିଲୋମିଟର ବେଗରେ ଯେତେବେଳେ ୧୦ରୁ ଅଧିକ ରେସର୍‌ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରୁଥିଲେ ମୋଟୋ ଜିପି ରେସି˚ର ଭ୍ରମ ସୃଷ୍ଟି ହେଉଥିଲା। ୪୦୦ ସିସି ବାଇକର ରଡ଼ିରେ ଭାରତୀୟ ରେସି˚ର ଏନ୍ତୁଡ଼ିଶାଳ ‘ମାଡ୍ରାସ ମୋଟର ରେସି˚ ଟ୍ରାକ୍‌’ ପୂରା କମ୍ପି ଉଠୁଥିଲା। ହେଲମେଟ୍‌ ତଳେ ଥିବା ରେସର କିନ୍ତୁ ଜାପାନ କିମ୍ବା ଇଣ୍ତୋନେସିଆର ନଥିଲେ, ସମସ୍ତେ ଥିଲେ ଭାରତୀୟ। ଏମାନଙ୍କ ଭିତରେ ଜଣେ ଓଡ଼ିଶାର ବୋଲି ଜାଣି ସବୁଠୁ ବେଶୀ ଆଶ୍ଚର୍ଯ୍ୟ ଲାଗିଥିଲା। ମୋଟର ସଇକେଲ୍‌ ରେସି˚ ଭଳି ଦୁଃସାହସିକ ଏବ˚ ବିପଜ୍ଜନକ ଖେଳରେ ଓଡ଼ିଆ ଯୁବକ ମାତିଥିବା ଜାଣି ମନରେ ଉତ୍ସୁକତା ଜାଗ୍ରତ ହୋଇଥିଲା। କିଛି ସମୟର ଅନୁସନ୍ଧାନ ପରେ ଭୁବନରୁ ଯାଇ ଚେନ୍ନାଇରେ ଭବିଷ୍ୟତ ଗଢ଼ୁଥିବା ସେହି ଓଡ଼ିଆ ପୁଅ ଜଣକ ଉଦୀପ୍ତ କୁମାର ରଥ ବୋଲି ଜଣାପଡ଼ିଥିଲା। ପତଳା କ୍ଷୀଣ ଶରୀର, ହେଲେ ଆଖିରେ ଆଖିଏ ସ୍ବପ୍ନ ନେଇ ଗତ କିଛି ବର୍ଷ ହେବ ମାଡ୍ରାସ ମୋଟର ରେସି˚ ଟ୍ରାକ୍‌ରେ ଅଭ୍ୟାସ ଜାରି ରଖିଛନ୍ତି ଉଦୀପ୍ତ। ଓଡ଼ିଶାର ପ୍ରଥମ ପେସାଦାର ମୋଟର ସାଇକେଲ୍‌ ରେସର ହେବାର ଗୌରବ ଅର୍ଜନ କରିଛନ୍ତି ସେ। ପାଲଟି ଯାଇଛନ୍ତି ଦେଶୀ ବାଇକର ବଏ। ଉଦୀପ୍ତ ‌କେବଳ ଖେଳାଳିରେ ସୀମିତ ରହି ନାହାନ୍ତି ‘ନରସିମ୍ ରେସିଂ’ ନାମରେ ଏକ ରେସିଂ ଦଳ ଗଠନ କରିଛନ୍ତି। ଯାହା ହେଉଛି ଓଡ଼ିଶାର ପ୍ରଥମ ମୋଟର ସାଇକେଲ୍ ରେସିଂ ଦଳ। ଚେନ୍ନାଇରେ ରହି ମୋଟର ସାଇକେଲ୍ ରେସିଂ ଭଳି ଏକ ଅଣପାରମ୍ପରିକ ଓ ଦୁଃସାହସିକ ଖେଳକୁ ପେସା କରିବାର ସ୍ବପ୍ନ ଦେଖିବା କିନ୍ତୁ ବେଶ୍ ବ୍ୟୟବହୁଳ। ଏଥିନେଇ ଉଦୀପ୍ତ କୁହନ୍ତି, ବାସ୍ତବରେ ମୋଟରସାଇକେଲ୍ ରେସିଂ ଏକ ବ୍ୟୟବହୁଳ ଖେଳ। ଏଥି‌ରେ ପ୍ରାୟୋଜକଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ମୋର ରହିବା-ଖାଇବା ସବୁକିଛି ଏବେବି ମୋ ପରିବାର ବହନ କରୁଛି। ଗତବର୍ଷ ଶେଷ ମୁହୂର୍ତରେ ପ୍ରାୟୋଜକ ଓହରି ଯିବାରୁ ମୁଁ ମାଲେସିଆନ୍ ଚାମ୍ପିଅନ୍‌ସିପ୍‌ରେ ଅଂଶଗ୍ରହଣ କରି ପାରି ନଥିଲି। ହେଲେ ଏଥିପାଇଁ ମୋ ଆତ୍ମବିଶ୍ବାସ ଟିକିଏ ହେଲେ ବି କମି ନାହିଁ। ଚଳିତ ବର୍ଷ ଏସିଆନ୍ ରୋଡ୍ ରେସିଂ ଚାମ୍ପିଅନସିପ୍‌ ପାଇଁ ମୁଁ ୱାଇଲ୍ଡ କାର୍ଡ ପାଇବାର ଯାଥେଷ୍ଟ ସମ୍ଭାବନା ରହିଛି। ସବୁକିଛି ଅବଶ୍ୟ ପ୍ରାୟୋଜକଙ୍କ ସମର୍ଥନ ଓ ସହଯୋଗ ଉପରେ ନିର୍ଭର କରିବ। ମାଲେସିଆନ୍ ଚାମ୍ପିଅନସିପ୍ ପାଇଁ ଏପ୍ରିଲରୁ ଟେଷ୍ଟିଂ ଆରମ୍ଭ କରିବାର ଯୋଜନା କରିଛୁ ବୋଲି ଉଦୀପ୍ତ ଆମକୁ କହିଥିଲେ।

ଓଡ଼ିଶାରେ ଏକାଡେମି ଲକ୍ଷ୍ୟ
ଓଡ଼ିଶାର ନାଁ’କୁ ମୋଟରସାଇକେଲ୍ ରେସିଂରେ ବିଶ୍ବ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ଉଦୀପ୍ତ ମଧ୍ୟ ଏହି ଅବସରରେ ନିଜ ଅଭ୍ୟାସ ପଦ୍ଧତି ଓ ପ୍ରଣାଳୀ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ମୁଁ ଏବେ ଉଭୟ ଚେନ୍ନାଇ ଓ କୋଏମ୍ବାଟୁରରେ ଅଭ୍ୟାସ କରୁଛି। ଜାତୀୟ ପ୍ରତିଯୋଗିତାର ପ୍ରଥମ ପଦାର୍ପଣରେ ମୁଁ ତୃତୀୟ ସ୍ଥାନ ଅଧିକାର କରିଥିଲି। ଏଣୁ ମୋ ପାଖରେ ଦକ୍ଷତା ଓ ରେସିଂ କୌଶଳର ଅଭାବ ନାହିଁ ବୋଲି ଆପଣ କହିପାରିବେ। ‌ଯେବେବି ସୁଯୋଗ ମିଳିଛି, ମୁଁ ମୋ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି। ଓଡ଼ିଶା ପାଇଁ ମୋର ଦୀର୍ଘ ମିଆଦି ଯୋଜନା ରହିଛି। ଚେନ୍ନାଇରେ ଅନ୍ତର୍ଜାତୀୟସ୍ତରର ରେସିଂ ଟ୍ରାକ୍ ଅଛି, ସେଥିପାଇଁ ଏଠାରେ ଅଧିକ ରେସର୍‌ ଅଛନ୍ତି। ଏମିତି ନୁହେଁ ଯେ ଆମ ପାଖରେ ପ୍ରତିଭା ନାହିଁ। ଓଡ଼ିଶାରେ ବି ବହୁତ ଭଲ ମୋଟରସାଇକ୍ଲିଷ୍ଟ ଅଛନ୍ତି। ହେଲେ ସେମାନେ ଦିଗହରା। ଆନୁଷ୍ଠାନିକ ଭିତ୍ତିଭୂମି ନଥିବାରୁ ରାଜରାସ୍ତାରେ ବିପଜ୍ଜନକ ଭାବେ ଗାଡ଼ି ଚଲାଉଛନ୍ତି, ଷ୍ଟଣ୍ଟ୍‌ ଦେଖାଉଛନ୍ତି। ଫଳରେ ଲୋକମାନେ ସେମାନଙ୍କୁ ଖରାପ ଭାବୁଛନ୍ତି। ସେମାନଙ୍କ ପାଖରେ ଦକ୍ଷତା ଅଛି। ଏହାକୁ କିଭଳି ଓ କେମିତି ବ୍ୟବହାର କରିବା କଥା କିନ୍ତୁ ସେମାନେ ଜାଣି ନାହାନ୍ତି। ମୁଁ ଦୁଇ ତିନି ଜଣ ଏମିତି ପିଲାଙ୍କୁ ଜାଣିଛି, ଯାହାଙ୍କ ପାଖରେ ଅନ୍ତର୍ଜାତୀୟ ରେସର୍‌ ହେବାର ପ୍ରତିଭା ଓ ଆତ୍ମବିଶ୍ବାସ ଅଛି। ମୁଁ ସେମାନଙ୍କୁ ଚାହିଁ ବି କିଛି ସାହାଯ୍ୟ କରି ପାରୁନାହିଁ। ମୁଁ ନିଜେ କିଛି କଲା ପରେ ଯାଇ ସେମାନଙ୍କ ପାଇଁ କିଛି କରି ପାରିବି। ଓଡ଼ିଶାରେ ଏକ ରେସିଂ ଏକାଡେମି ଖୋଲିବାର ଲକ୍ଷ୍ୟ ମୋର ଅଛି। ଏଥିଲାଗି ଜମି ମୋ ପାଖରେ ନାହିଁ। ଜମି ମିଳିଲେ ପ୍ରାୟୋଜକ ମିଳିବାରେ ବିଶେଷ ଅସୁବିଧା ହେବନାହିଁ। ଦୁଃସାହସିକ କ୍ରୀଡ଼ା ପାଇଁ ଓଡ଼ିଶା ସରକାର ଜମି ରଖିଥିବା ମୁଁ ଜାଣିବାକୁ ପାଇଛି। ଏଥିରେ ମୋଟର ସ୍ପୋର୍ଟସକୁ ସାମିଲ କଲେ, ମୁଁ ଓଡ଼ିଶାରେ ଏକ ବିଶ୍ବ ସ୍ତରୀୟ ଟ୍ରାକ୍ କରି ପାରିବି ବୋଲି ଉଦୀପ୍ତ କହିଥିଲେ।

ଭୁବନରୁ ସେପଙ୍ଗ
ଢେଙ୍କାନାଳ ଜିଲ୍ଲା ଭୁବନର ମୂଳବାସିନ୍ଦା ତଥା କେନ୍ଦ୍ର ସରକାରଙ୍କ କର୍ମଚାରୀ ଉଦୟ କୁମାର ରଥ ଏବ˚ ଶିକ୍ଷୟତ୍ରୀ କ୍ଷମାବତୀ ରଥଙ୍କ ବଡ଼ ପୁଅ ଉଦୀପ୍ତ ମୋଟର ସ୍ପୋର୍ଟସ ଦୁନିଆରେ ଓଡ଼ିଶାର ନାଁ ଆଗକୁ ନେବାକୁ ଚେଷ୍ଟା ଚଳାଇଛନ୍ତି। ତାଙ୍କ ସାନ ଭାଇ ଦିବ୍ୟସୁନ୍ଦର ରଥ ଆଇଆଇଟି ଖଡଗପୁରରେ ରୋବୋଟିକ୍ସରେ ଗବେଷଣା କରୁଛନ୍ତି। ମା-ବାପାଙ୍କ ସମର୍ଥନ ଏବ˚ ସହଯୋଗ ପାଇଁ ମୋଟର ସ୍ପୋର୍ଟସ ଭଳି ବ୍ୟୟବହୁଳ ଖେଳକୁ ପେସା କରିବାକୁ ସାହସ କରି ପାରିଛନ୍ତି ଉଦୀପ୍ତ। ଭୁବନରୁ ଆସି ଭୁବନେଶ୍ବର ରାଜରାସ୍ତାରେ ଷ୍ଟଣ୍ଟ୍‌ ଏବ˚ ତା ପରେ ମାଲେସିଆର ପ୍ରସିଦ୍ଧ ସେପଙ୍ଗ ସର୍କିଟ୍‌, ଚାରି ବର୍ଷର ପେସାଦାର ମୋଟର ସାଇକେଲ୍‌ ରେସର ଜୀବନ ଭିତରେ ଅନେକ ସଫଳତା ସାଉଣ୍ଟିଛନ୍ତି ଓଡ଼ିଆ ପୁଅ ଉଦୀପ୍ତ କୁମାର ରଥ। ମୋଟର ସାଇକେଲ୍‌ ରେସି˚ ଭଳି ବିପଜ୍ଜନକ ତଥା ବ୍ୟୟବହୁଳ ଖେଳକୁ ପେସା କରିବାର ସାହସ ଦେଖାଇଥିବା ୨୬ ବର୍ଷୀୟ ଉଦୀପ୍ତ ଅନ୍ତଃଦେଶୀୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିବା ପରେ ଏବେ ଅନ୍ତଃମହାଦେଶୀୟ ତଥା ବିଶ୍ବ ପ୍ରତିଯୋଗିତା ଉପରେ ଆଖି ପକାଇଛନ୍ତି। ଆଉ ତିନି ଚାରି ବର୍ଷ ଭିତରେ ବିଶ୍ବସ୍ତରକୁ ଯିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

୭ରେ ଆରମ୍ଭ ୧୧ରେ ଷ୍ଟଣ୍ଟ
୭ ବର୍ଷ ବୟସରୁ ବାଇକ୍‌ ଚାଳନା ଏବ˚ ୧୧ ବର୍ଷ ବୟସରେ ବିଭିନ୍ନ ଦୁଃସାହସିକ ତଥା ବିପଜ୍ଜନକ ଷ୍ଟଣ୍ଟ୍‌ ଦେଖାଇବା ଆରମ୍ଭ କରିଥିଲେ ଉଦୀପ୍ତ। ସେ ହେଉଛନ୍ତି ଓଡ଼ିଶାର ଏକମାତ୍ର ପେସାଦାର ମୋଟରସାଇକେଲ ରେସର୍‌। ରାଜ୍ୟ ଏବ˚ ଜାତୀୟ ସରହଦ ପାର କରି ୨୦୧୭ ମସିହାଠାରୁ ସେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ସାରିଲେଣି। ଆଗକୁ ଅନ୍ତଃମହାଦେଶୀୟ ଏବ˚ ବିଶ୍ବ ପ୍ରତିଯୋଗିତାରେ ଅ˚ଶ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ସାହସିକ ଯୁବକ। ମୋଟୋ ଗ୍ରାଁ ପ୍ରିର ସୁପରିଚିତ ତାରକା ଭାଲେଣ୍ଟିନା ରୁଷିଙ୍କୁ ନିଜ ଆଦର୍ଶ କରିଥିବା ଉଦୀପ୍ତ ପ୍ରଥମେ ଜଣେ ଫ୍ରିଷ୍ଟାଇଲ୍‌ ଷ୍ଟଣ୍ଟ୍‌ ରାଇଡର ଥିଲେ। ବିପିୟୁଟି ଅଧୀନରେ ପାଠ ପଢ଼ୁଥିଲା ବେଳେ ସାଙ୍ଗସାଥୀଙ୍କ ମହ ମିଶି ‘କ୍ଲବ୍‌ ମୋଟୋହେଡ୍‌ଜ୍‌’ ନାମକ ଏକ ସ˚ଗଠନ ଗଠନ କରି ନିଜ କଲେଜ୍‌ ଏବ˚ ଅନ୍ୟ ସ୍ଥାନମାନଙ୍କରେ ବିଭିନ୍ନ ଷ୍ଟଣ୍ଟ୍‌ ଦେଖାଉଥିଲେ। ଏହା ପରେ ୨୦୧୪ରେ ଏମ୍‌ଟିଭି ମାଉଣ୍ଟେନ୍‌ଡିଉ ଷ୍ଟଣ୍ଟ୍‌ ଦଳରେ ସାମିଲ ହୋଇ ଓଡ଼ିଶାର ୧୨ ଏବ˚ ପଶ୍ଚିମବଙ୍ଗର ୯ ସହରରେ ନିଜ ଯାଦୁ ଦେଖାଇଥିଲେ। ଏହି ଟୁର ହିଁ ଥିଲା ତାଙ୍କ ପେସାଦାର ବାଇକର ଜୀବନର ପ୍ରଥମ ପର୍ବ। ଯାହା ତାଙ୍କୁ ଜାତୀୟ ମୋଟରସାଇକେଲ ରେସି˚ ପ୍ରତିଯୋଗିତାରେ ଅ˚ଶ ଗ୍ରହଣ କରିବା ଲାଗି ପ୍ରେରଣା ଦେଇଥିଲା। ଏଥିଲାଗି ସେ ୨୦୧୫ରେ ଚେନ୍ନାଇସ୍ଥିତ ଟିଭିଏସ୍‌ ଟ୍ରେନି˚ ସ୍କୁଲରେ ଆନୁଷ୍ଠାନିକ ପ୍ରଶିକ୍ଷଣ ନେଇଥିଲେ। ସେହିବର୍ଷ ଟିଭିଏସ୍‌ ଵାନ୍‌ ମେକ୍‌ ରେସି˚ ସିରିଜରେ ଭାଗନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ସଫଳତା ପାଇଁ ୨୦୧୬ରେ ତାଙ୍କୁ ସୁଜୁକି ଜିକ୍ସର୍‌ କପ୍‌ରେ ଅ˚ଶ ଗ୍ରହଣ କରିବାର ସୁଯୋଗ ମିଳିଲା। ସେହି ପ୍ରତିଯୋଗିତାରେ ସେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସେହି କ୍ୟାଲେଣ୍ତର ବର୍ଷର ୧୦ଟି ଯାକ ରେସ୍‌ରେ ଶୀର୍ଷ ୧୦ ସ୍ଥାନରେ ରହିବାରୁ ୨୦୧୭ରେ ତାଙ୍କୁ ମାଲେସିଆର ସେପଙ୍ଗ ସର୍କିଟ୍‌ରେ ଆୟୋଜିତ ପିରେଲି ସୁପର ବାଇକ୍‌ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାର ସୁଯୋଗ ମିଳିଥିଲା। ସେଠାରେ ଏଆର‌୍‌ଡି ପର୍ଫରମାନ୍ସ ମୋଟରସ୍ପୋର୍ଟସ ରେସି˚ ଦଳର ପ୍ରତିନିଧିତ୍ବ କରି ସେ ନିଜ ଦଳକୁ ଶ୍ରେଷ୍ଠ ୧୦ ଫିନିସ୍‌ ଦେଇଥିଲେ। ସୁପରସ୍ପୋର୍ଟସ ଏ ବର୍ଗର ଏହି ପ୍ରତିଯୋଗିତାରେ ସେ ୬୦୦ ସିସି ବାଇକ୍‌ ଚଳାଇବାର ସୁଯୋଗ ପାଇଥିଲେ। ଚଳିତବର୍ଷ ମଧୢ ସେ ଏହି ପ୍ରତିଯୋଗିତାରେ ଅ˚ଶ ଗ୍ରହଣ କରିବା ଲକ୍ଷ୍ୟର ରହିଛନ୍ତି। ଏଥିଲାଗି ତାଙ୍କ ମନୋନୟନ ବି ସରିଛି। ଏହା ପରେ ସେ ମୋଟରସାଇକେଲ୍‌ ରେସି˚ର ସର୍ବୋଚ୍ଚ କ୍ରୀଡ଼ା ସୁପରସ୍ପୋର୍ଟ କିମ୍ବା ମୋଟୋ ଜିପିରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଲକ୍ଷ୍ୟ ରଖିଛନ୍ତି। ତା’ ସହ ଉଦୀପ୍ତ ମଧୢ ଚଳିତ ବର୍ଷର ଜାତୀୟ ପ୍ରତିଯୋଗିତାରେ ଅ˚ଶ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅ˚ଶ ଗ୍ରହଣ କରିବା ଲାଗି ଆବଶ୍ୟକ ଏଫ୍‌ଆଇଏମ୍‌ ଲାଇସେନ୍ସ ମଧୢ ଉଦୀପ୍ତ ହାସଲ କରି ସାରିଛନ୍ତି।

ସମ୍ବନ୍ଧିତ ଖବର