ଧୀମା ବୋଲିଂ ପାଇଁ ୪୦% ମ୍ୟାଚ ଫି’ ହରାଇଲା ଭାରତୀୟ ଦଳ

ଅହମଦାବାଦ : ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ  ଖେଳାଯାଇଥିବା ୫ମ ତଥା ଚୂଡ଼ାନ୍ତ ଟି-୨୦ରେ ଭାରତ ଇଂଲଣ୍ଡକୁ ୩୬ରନରେ ପରାସ୍ତ କରି ସିରିଜ ବିଜୟୀ ହୋଇଥିଲା । କିନ୍ତୁ ଧୀମା ବୋଲିଂ ପାଇଁ ଭାରତୀୟ ଦଳକୁ ଦଣ୍ଡିତ ହେବାକୁ ପଡ଼ିଛି । ଧୀମା ଓଭର ହାର ଯୋଗୁଁ ମ୍ୟାଚ ରେଫରି ଜଭଗଲ ଶ୍ରୀନାଥ ଭାରତୀୟ ଟିମ ମ୍ୟାଚ ଫି’ର ୪୦ ପ୍ରତିଶତ ଜୋରିମନା ଆକାରରେ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ଦ୍ଧାରିତ ସମୟ ତୁଳନାରେ ଭାରତୀୟ ଦଳର ବୋଲିଂ ଦୁଇ ଓଭର ପଛୁଆ ଥିବା ଅନ-ଫିଲଡ ଅମ୍ପାୟାର ମ୍ୟାଚ ରେଫରିଙ୍କୁ ରିପୋର୍ଟ କରିବା ପରେ ଓଭର ପିଛା ୨୦ ପ୍ରତିଶତ ଲେଖାଏଁ ମ୍ୟାଚ ଫି କାଟିବାକୁ ରେଫରି ନିଷ୍ପତ୍ତି ଶୁଣାଇଥିଲେ । ରେଫରିଙ୍କ ଏହି ନିଷ୍ପତ୍ତିକୁ ଭାରତୀୟ ଦଳ ଗ୍ରହଣ କରିଛି ।

ଏହି ସିରିଜର ୨ୟ ମ୍ୟାଚରେ ମଧ୍ୟ ଧୀମା ବୋଲିଂ ପାଇଁ ଭାରତୀୟ ଦଳକୁ ୨୦ ପ୍ରତିଶତ ମ୍ୟାଚ ଫି ହରାଇବାକୁ ପଡ଼ିଥିଲା । ନିର୍ଦ୍ଧାରିତ ସମୟସୀମା ବେଳକୁ ଭାରତୀୟ ଦଳର ବୋଲିଂ ଗୋଟିଏ ଓଭର ପଛୁଆ ଥିଲା ।

ଆଇସିସିର କୋର୍ଡ ଅଫ କଣ୍ଡକ୍ଟ ନିୟମର ଧାରା ୨.୨୨ ଅନୁସାରେ ଧୀମା ବୋଲିଂ ହାର ପାଇଁ ଟିମକୁ ଜୋରିମନା ଆକାରରେ ଦଣ୍ଡିତ କରାଯାଏ ।

ସମ୍ବନ୍ଧିତ ଖବର