ନେତାଜୀ ଫୁଟ୍‌ବଲ୍‌:ଭୁବନେଶ୍ୱରର ସଂଘର୍ଷ କ୍ଲବ୍‌ ବିଜେତା

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଚାନ୍ଦଗୋଛି ଖେଳ ପଡ଼ିଆରେ ଆୟୋଜିତ ନେତାଜୀ ଅନ୍ତଃଜିଲ୍ଲା ଫୁଟ୍‌ବଲ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ସଂଘର୍ଷ କ୍ଲବ୍‌ ବିଜେତା ହୋଇଛି। ଫାଇନାଲ୍‌ ମ୍ୟାଚ୍‌ଷର ସଂଘର୍ଷ କ୍ଲବ୍‌ ୪-୧ (ଟ୍ରାଇବେକ୍‌ର) ଗୋଲ୍‌ରେ ସୁନ୍ଦରଗଡ଼ ଫୁଟ୍‌ବଲ୍‌ କ୍ଲବ୍‌କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ କୌଣସି ଦଳ ଗୋଲ୍‌ କରିବାକୁ ସକ୍ଷମ ହୋଇନଥିବା ବେଳେ ଟ୍ରାଇବ୍ରେକର୍‌ରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା। ସୁଶାନ୍ତ ମିଶ୍ର ରେଫରି ଦାୟିତ୍ୱ ତୁଲାଇଥିବା ବେଳେ ଦାମୋଦର ବେହେରା, ବିଭୂତି ପତି, ବଂଶୀଧର ବାରିକ, ଶଶି ବେହେରା ଖେଳ ପରିଚାଳନା କରିଥିଲେ। ନେହେରୁ କ୍ଲବ୍‌ର ସଭାପତି ଅରୁଣ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଚାନ୍ଦଗୋଛି ମଠର ମହନ୍ତ ଅଗଣି ବାବା, ଅବସରପ୍ରାପ୍ତ ଅଧ୍ୟାପକ ମଦନ ମୋହନ ମହଲା, ସରପଞ୍ଚ ସୁଶାନ୍ତ ମହାକୁଡ଼, ବିଶିଷ୍ଟ ବ୍ୟବସାୟୀ ରାଧାକାନ୍ତ ରାଉଳ, ଖଇରା ଥାନା ଭାରପ୍ରାପ୍ତ ଅଧିକାରୀ ଲୋପାମୁଦ୍ରା ନାୟକ, ଅଭିମନ୍ୟୁ ରାଉଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଗତ ୩ ତାରିଖରୁ ଆରମ୍ଭ ହେଇଥିବା ଏହି ପ୍ରତିଯୋଗିତାକୁ ବ୍ଲକ୍‌ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର