ପଞ୍ଚମ ଆସେସ୍‌ ଟେଷ୍ଟ୍‌: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଲଣ୍ଡନ: ଶେଷ ହୋଇଥିବା ୪ ଟେଷ୍ଟ୍‌ରୁ ୨ଟି ଜିତି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୨-୧ରେ ଶୃଙ୍ଖଳା ଆଗୁଆ ରହିଛି। ଗୁରୁବାରଠାରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଆସେସ୍‌ ଶୃଙ୍ଖଳାର ପଞ୍ଚମ ତଥା ଶେଷ ଟେ‌ଷ୍ଟ ଆରମ୍ଭ ହୋଇଛି। ଏହି ଟେଷ୍ଟ୍‌ ଅମୀମାଂସିତ ରହିଲେ ଅବା ହାରିଲେ ବି ଅଷ୍ଟ୍ରେଲିଆ ଆସେସ୍‌ ନିଜ ପାଖରେ ରଖିବ। କେବଳ ଇଂଲଣ୍ଡ ଶୃଙ୍ଖଳା ସ୍ଥିତି ସମାନ କରି ସାନ୍ତ୍ବନା ପାଇବାର ଲକ୍ଷ୍ୟରେ ରହିବ। ଅନ୍ୟପଟେ ଅଗ୍ରଣୀ ବ୍ୟବଧାନ ୩-୧ରେ ପହଞ୍ଚାଇ ଶୃଙ୍ଖଳା ଶେଷ କରିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ।

ଏପରିସ୍ଥଳେ ଗୁରୁବାର ଟସ୍‌ ଜିତି ଭ୍ରମଣକାରୀ ଅଷ୍ଟ୍ରେଲିଆ ଘରୋଇ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଜୋ ରୁଟ୍‌ ଏବଂ ଜୋସ୍‌ ବଟ୍ଟଲର୍‌ଙ୍କ ଅର୍ଧଶତକ ସତ୍ତ୍ବେ ଅଷ୍ଟ୍ରେଲୀୟ ବୋଲରମାନେ ପ୍ରଥମ ଦିବସରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ବିଶେଷକରି ମିଚେଲ ମାର୍ଶ (୪), ପ୍ୟାଟ୍‌ କମିନ୍ସ (୨) ଏବଂ ଜୋସ୍‌ ହାଜ୍‌‌େଲଉଡ୍‌ (୨) ମିଳିତ ଭାବେ ୮ ୱିକେଟ୍‌ ଅକ୍ତିଆର କରିନେଇ ଇଂଲଣ୍ଡ ସଂକଟ ବଢ଼ାଇଛନ୍ତି। ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଘରୋଇ ଦଳ ୨୭୧ ରନ୍‌ରେ ୮ ୱିକେଟ୍‌ ହରାଇଛି। ରୁଟ୍‌ ୫୭ ରନ୍‌ରେ ଆଉଟ୍‌ ହୋଇଯାଇଥିଲା ବେଳେ ବଟ୍ଟଲର୍‌ ୬୪ ରନ୍‌ରେ ଅପରାଜିତ ରହିଛନ୍ତି। ତାଙ୍କ ସହ ଜାକ୍‌ ଲିଚ୍‌ ୧୦ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଉଭୟେ ଅସମାପ୍ତ ନବମ ୱିକେଟ୍‌ରେ ୪୫ ରନ୍ ଯୋଡ଼ିଛନ୍ତି। ଚା’ ପାନ ବିରତି ବେଳକୁ ୧୬୯ ରନ୍‌ରେ ୩ ୱିକେଟ୍‌ ହରାଇଥିବା ଇଂଲଣ୍ଡ ଶେଷ ଅଧିବେଶନରେ ୧୦୨ ରନ୍‌ ଯୋଡ଼ି ୫ ୱିକେଟ୍‌ ହରାଇଛି। ଚା’ ବିରତି ପୂର୍ବରୁ ବର୍ନସ ଓ ରୁଟ୍‌ ଦ୍ବିତୀୟ ୱିକେଟ୍‌ରେ ୭୬ ରନ୍ ଯୋଡ଼ି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ ମଧ୍ୟ ହାଜ୍‌ଲେଉଡ୍‌ ଏହି ଯୋଡ଼ି ଭାଙ୍ଗି ଦେଇଥିଲେ। ଏହାପରେ ମାର୍ଶ ତାଙ୍କ କମାଲ ଦେଖାଇ ୪ ୱିକେଟ୍‌ ଝଡ଼ାଇ ଦେଇଥିଲେ।
ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୮୨ ଓଭରରେ ୨୭୧/୮ (ରୁଟ୍‌-୫୭, ବର୍ନସ-୪୭, ଷ୍ଟୋକ୍ସ-୨୦, ବେୟାରଷ୍ଟୋ-୨୨, ବଟ୍ଟଲର୍‌-୬୪*, ସାମ୍‌ କରନ୍-୧୫, ଜାକ୍‌ ଲିଚ୍‌-୧୦*, ଜୋ ଡେନ୍‌ଲି-୧୪ କମିନ୍ସ-୨/୭୩, ହାଜ୍‌ଲେଉଡ୍‌-୨/୭୬, ମାର୍ଶ-୪/୩୫)।

ସମ୍ବନ୍ଧିତ ଖବର