ପରାଗଙ୍କଠାରୁ ଆଶା ବଢ଼ିବ

ହର୍ଷ ଭୋଗ୍‌ଲେ

ଆଇପିଏଲ୍‌ର ମଧ୍ୟଭାଗରେ ଆପଣ ରାଜସ୍ଥାନ ରୟାଲ୍‌ସକୁ ଦେଖୁଥିବେ। ଭାବୁଥିବେ ଜୋସ୍ ବଟଲର୍ ଯଦି ଭଲ ନ ‌ଖେଳିବେ ତେବେ ଏହି ଦଳର ସୁଯୋଗ ରହିବ ନାହିଁ। ଗତବର୍ଷର ପ୍ରଦର୍ଶନ ଦୃଷ୍ଟିରୁ ଆପଣମାନେ ଏ କ୍ଷେତ୍ରରେ ଭୁଲ ନୁହଁନ୍ତି। କିନ୍ତୁ ଦଳର ଦୁଇଟି ବିଜୟ ସହିତ ସେ ରହିଥିଲେ। ନନ୍ ଷ୍ଟ୍ରାଇକର୍ ପାର୍ଶ୍ବରେ କ୍ରିଜ୍ ବାହାରେ ରହିବା ତାଙ୍କର ଏକମାତ୍ର ଦୁର୍ବଳତା ଭାବେ ପଦାରେ ପଡ଼ିଛି। ଏବେ ବଟ୍‌ଲର ସ୍ବଦେଶ ଫେରିଯାଇଛନ୍ତି ଏବଂ ରୟାଲ୍‌ସକୁ ହରାଇବା ସହଜ ହେବ ବୋଲି ଅନେକ ଭାବୁଥିବେ। ଖେଳରେ କିନ୍ତୁ ଏଭଳି ବ୍ୟତିକ୍ରମ ହୁଏ ଯେ ବଡ଼ ତାରକା ବିଦାୟ ନେଲେ ଛାୟାରେ ଥିବା ଖେଳାଳିଙ୍କ ଆତ୍ମପ୍ରକାଶ ଘଟେ। ଅଜିଙ୍କ୍ୟ ରାହାଣେ ଏବଂ ଷ୍ଟିଭେନ୍‌ ସ୍ମିଥ୍ ଅତିରିକ୍ତ ଦାୟିତ୍ବ ନେଇଛନ୍ତି। ଶ୍ରେୟସ ଗୋପାଳ ଭଲ ଖେଳୁଛନ୍ତି। ଆଉ କେଉଁ କୋଣରୁ ଆସିଥିବା ରିୟାନ ପରାଗ କଥା ଦେଖନ୍ତୁ। କି’ ଖେଳାଳି ଜଣକ ଇଏ ଏବଂ ସେ ଭଲ ଖେଳାଳି ବି ହୋଇପାରିବେ। ଗୋଟିଏ ସଫଳତାରୁ ତାଙ୍କ କ୍ରିକେଟିଂ ଦକ୍ଷତା ମାପି‌ ହୋଇପାରିଛି। ତାଙ୍କ ସଟ୍ ଦେଖିବା ପରେ ଏହା କେତେ ଗୁରୁତ୍ବପୂର୍ଣ୍ଣ ମନେ ହୋଇଥିଲା। ପରିସ୍ଥିତି ଏବଂ ବ୍ୟାଟିଂରେ ରହୁଥିବା ସମନ୍ବୟ ମଧ୍ୟ ପ୍ରଶଂସନୀୟ ଥିଲା।‌ ସେ ପିଲାଟେ ଭଳି ଲାଗୁଛନ୍ତି କିନ୍ତୁ ତାଙ୍କ ଖେଳ ପିଲାଙ୍କ ଭଳି ନୁହେଁ।

ଏବେ ପରାଗଙ୍କଠାରୁ ଭଲ ପ୍ରଦର୍ଶନର ଆଶା ବଢ଼ିଯିବ। ଲୋକମା‌ନେ ତାଙ୍କ ସମ୍ପର୍କରେ ଭିନ୍ନ ଭାବେ ଆଲୋଚନା କରିବେ। କ୍ୟାମେରା ବି ତାଙ୍କ ଉପରେ ଘୁରିବ। ଭଲ କଥା ସବୁ ଗ୍ରହଣୀୟ କିନ୍ତୁ ଏସବୁ ବି ମାରାତ୍ମକ ଶତ୍ରୁ ହୋଇପାରନ୍ତି। ତୁମେ ଯେତେବେଳେ ଯୁବ ଅଛ ଏବଂ ସଫଳତା ପାଇଁ ସ୍ବପ୍ନ ଦେଖୁଛ‌ ସେତେବେଳେ ତୁମେ ବଲ୍‌କୁ କିଭଳି ହିଟ୍ କରିବ ଚିନ୍ତା କରିବାର ଅଛି। ଏହା ବେଳେ ବେଳେ ଜଟିଳ ହୋଇଯାଏ ଏବଂ ଭାରତୀୟ କ୍ରିକେଟ୍‌ରେ ଯଥେଷ୍ଟ ପ୍ରଶିକ୍ଷକ ନାହାନ୍ତି ଏସବୁ ଦେଖିବାକୁ। ମୁଁ ତାଙ୍କୁ ଢେର ଶୁଭେଚ୍ଛା ଜଣାଉଛି। ସେ ବୋଲିଂ ବି ବନ୍ଦ ନ କରନ୍ତୁ ବୋଲି ଆଶା କରିବି। କିଛି ମାସ ପରେ ଘରୋଇ କ୍ରିକେଟ୍ ଋତୁ ଆରମ୍ଭ ହେବାକୁ ଯାଉଛି, ଆସାମର ସ୍କୋରକାର୍ଡକୁ ମୁଁ ଉତ୍କଣ୍ଠାପୂର୍ଣ୍ଣ ନଜରରେ ପଢ଼ିବାକୁ ଆଶାବାଦୀ।

ସମ୍ବନ୍ଧିତ ଖବର