ପାକିସ୍ତାନ-ନ୍ୟୁଜିଲାଣ୍ଡ ଶୃଙ୍ଖଳା ବରାବର

ଦୁବାଇ: ପାକିସ୍ତାନ-ନ୍ୟୁଜିଲାଣ୍ଡ୍‌ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୧-୧ ବରାବର ଭାବେ ଶେଷ ହୋଇଛି। ପ୍ରଥମ ‌ଦିନିକିଆକୁ ନ୍ୟୁଜିଲାଣ୍ଡ ୪୭‌ ରନ୍‌ରେ ଜିତିଥିଲା ବେଳେ ଦ୍ବିତୀୟକୁ ପାକିସ୍ତାନ ୬ ୱିକେଟ୍‌ ଜିତିଥିଲା। ଫଳରେ ଶୃଙ୍ଖଳା ୧-୧ରେ ସ୍ଥିତିରେ ରହିଥିଲା। ହେଲେ ‌ତୃତୀୟ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯିବାରୁ ଉଭୟ ଦଳର ଶୃଙ୍ଖଳା ଜିତିବା ଆଶା ମଉଳି ଯାଇଥିଲା। ରବିବାର ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ପାକିସ୍ତାନ ବାବର ଆଜମ (୯୨), ଫକର ଜାମନ (୬୫) ଓ ହରିସ ସୋହେଲ (୬୦)ଙ୍କ ଅର୍ଧଶତକ ବଳରେ ପାକି୍ସ୍ତାନ ୮ ୱିକେଟ୍‌ ବିନିମୟରେ ୨୭୯ ରନ୍‌ କରିଥିଲା। ଲୁକି ଫଗୁର୍ସନ ୫ ୱିକେଟ୍‌ ନେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ୍‌ ୬.୫ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୩୫ ରନ୍‌ କରିଥିଲା ବେଳେ ବର୍ଷା ହୋଇଥିଲା।

ସମ୍ବନ୍ଧିତ ଖବର