ପାକିସ୍ତାନ ବନ୍ଧୁକଚାଳକକୁ ଭାରତୀୟ ଭିସା ମିଳିଲା

ନୂଆଦିଲ୍ଲୀ: ଭାରତରେ ହେବାକୁଥିବା ଅନ୍ତର୍ଜାତୀୟ ବନ୍ଧୁକଚାଳନା କ୍ରୀଡ଼ା ମହାସଂଘ (ଆଇଏସ୍‌ଏସ୍‌ଏଫ୍‌)ବିଶ୍ବକପ୍‌ ଲାଗି ସୋମବାର ପାକିସ୍ତାନ ବନ୍ଧୁକଚାଳକଙ୍କୁ ଭିସା ମିଳିଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭିସା ମିଳିବା ନେଇ ଲାଗି ଥିବା ଅନିଶ୍ଚିତତା ଦୂର ହୋଇଛି। ଫଳରେ ଏଥିରେ ପାକିସ୍ତାନ ଦୁଇ ଖେଳାଳି ଜିଏମ୍‌ ବାସିର ଏବଂ ଖଲିଲ ଅହମ୍ମଦ ଭା‌ଗନେବେ। ନୂଆଦିଲ୍ଲୀରେ ବୁଧବାରଠୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଏଥିରୁ ୨୦୨୦ ଅଲମ୍ପିକ୍‌ସ ପାଇଁ ୧୬ ଜଣ ପ୍ରତିଯୋଗୀଙ୍କୁ ଟିକେଟ୍‌ ହାସଲ କରିବାର ସୁଯୋଗ ରହିବ।

ସମ୍ବନ୍ଧିତ ଖବର