ପୁଅ ସହ ‘ଡାଡି କୁଲ୍‌’ ତାଳରେ ନାଚିଲେ ଧାୱନ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀ କାରଣରୁ ଭାରତୀୟ ଓପନର୍ ଶିଖର ଧାୱନ ନିଜ ପରିବାର ସହିତ ଘରେ ସମୟ କାଟୁଛନ୍ତି। ପୋଷାକ ଧୋଇବାଠାରୁ ଆରମ୍ଭ କରି ଘରେ ପିଲାମାନଙ୍କ ସହିତ ଖେଳିବାରେ ଧାୱନଙ୍କ ସମୟ କଟିଯାଉଛି। ଗୁରୁବାର ସେ ବଲିଉଡ୍‌ ଲୋକପ୍ରିୟ ଗୀତ “ଡାଡି କୁଲ୍‌” ତାଳ‌ରେ ପୁଅ ଜୋରାଭରଙ୍କ ସହ ନାଚୁଥିବା ଏକ ଭିଡିଓ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ିଛନ୍ତି। “ଜୀବନ ବହୁତ ମଜାଦାର, ଏହି ପରି ମସ୍ତିକର! ସଚି ବୋଲୁ ତୋ ବାପ୍‌ ଔର୍‌ ବେଟା ଦୋନୋ ହି କୁଲ! ଏହାକୁ ଭଲ ପାଅ।” ଏହି ଭିଡିଓର ଶିରୋନାମା ଧାୱନ୍‌ ଏପରି ରଖିଛନ୍ତି। ନିକଟରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ପ୍ରକାଶ କରିଥିଲେ ଯେ ବଂଶୀ ବଜାଇବା ଏବଂ ସାମଗ୍ରିକ ସଂଗୀତ ଦକ୍ଷତାକୁ ସମ୍ମାନ ଦେବା ପାଇଁ ଚେଷ୍ଟା କରୁଛନ୍ତି। ଏକ ବାଦ୍ୟଯନ୍ତ୍ର ବଜାଇବା, କମ୍ପନଗୁଡ଼ିକ ଆପଣ ନିଜ ଶରୀର ଭିତରେ ଅନୁଭବ କରିପାରିବେ। ସଙ୍ଗୀତ ଆପଣଙ୍କୁ ଶାନ୍ତି ପ୍ରଦାନ କରେ ଏବଂ ସମସ୍ତେ ବର୍ତ୍ତମାନ ଏକ ବାଦ୍ୟଯନ୍ତ୍ର ବଜାଇବା ଶିଖିବାକୁ ଚେଷ୍ଟା କରନ୍ତୁ। କାରଣ ଲକଡାଉନ୍ ହେତୁ ଘରେ ବିତାଇବାକୁ ଆମ ପାଖରେ ବହୁତ ସମୟ ଅଛି ବୋଲି ଇନଷ୍ଟାଗ୍ରାମ ଲାଇଭରେ ଶ୍ରେୟସ ଆୟରଙ୍କ ସହ ଚାଟିଂ କରିବା ସମୟରେ ଧୱନ କହିଥିଲେ। ଏହାପୂର୍ବରୁ ଧୱନ୍‌ ତାଙ୍କ ପତ୍ନୀ ଆୟେଶାଙ୍କ ସହ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ର ହାମଜୋଲିର ଗୀତ ‘ଧଲ୍‌ ଗୟା ଦିନ୍, ହୋ ଗାଇ ଶ୍ୟାମ’ ଗାଇ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର