ପୁରୁଷ ଦଳର କୀର୍ତ୍ତିମାନ ଭାଙ୍ଗିଲେ ଅଷ୍ଟ୍ରେଲୀୟ ମହିଳା

Australian woman broke the men's team record

ମାଉଣ୍ଟ ମଂଗନୁଇ : ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ କ୍ରମାଗତ ମ୍ୟାଚ୍‌ ବିଜୟରେ ନୂଆ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛି ଅଷ୍ଟ୍ରେଲୀୟ ମହିଳା ଦଳ। ରବିବାର ଏଠାରେ ନ୍ୟୁଜିଲାଣ୍ଡ ଦଳକୁ ୬ ୱିକେଟ୍‌ରେ ପରାସ୍ତ କରିବା ପରେ ଅଷ୍ଟ୍ରେଲୀୟ ମହିଳା ସର୍ବାଧିକ କ୍ରମାଗତ ୨୧ତମ ବିଜୟ ହାସଲ କରିଥିଲା। ଯାହାକି ବିଶ୍ବ କୀର୍ତ୍ତିମାନ ଥିଲା। ଏକ୍ଷେତ୍ରରେ ଅଷ୍ଟ୍ରେଲୀୟ ମହିଳା ଦଳ ନିଜ ଦେଶର ପୁରୁଷ ଦଳ ନାମରେ ଥିବା କୀର୍ତ୍ତିମାନକୁ ଭାଙ୍ଗି ଦେଇଛି। ରିକି ପଣ୍ଟିଂଙ୍କ ନେତୃତ୍ବରେ ପୁରୁଷ ଦଳ ୨୦୦୩ରେ କ୍ରମାଗତ ୨୦ ମ୍ୟାଚ୍‌ ବିଜୟ ପାଇ ବିଶ୍ବ କୀର୍ତ୍ତିମାନ ଏପର୍ଯ୍ୟନ୍ତ ନିଜ ନାମରେ ରଖିଥିଲା ବେଳେ ରବିବାର ମେଗ୍‌ ଲାନିଙ୍ଗ୍‌ଙ୍କ ନେତୃତ୍ବାଧୀନ ମହିଳା ଦଳ ଏହାକୁ ଟପି ଯାଇଛି। ମହିଳା ଦଳର ଏହି କୀର୍ତ୍ତିମାନ ପାଇଁ ପଣ୍ଟିଂ ମଧ୍ୟ ଲାନିଙ୍ଗ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର