ପୃଥ୍ବୀ ସ’ଙ୍କ ବିସ୍ଫୋରକ ଦ୍ବିଶତକ

ବଦୋଦରା: ଭାରତୀୟ ଯୁବ କ୍ରିକେଟର୍ ପୃଥ୍ବୀ ସ’ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ନିଜ ଜୀବନର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି। ସ୍ଥାନୀୟ ରିଲାଏନ୍ସ ପଡ଼ିଆରେ ଚାଲିଥିବା ବରୋଦା-ମୁମ୍ବାଇ ରଣଜୀ ମୁକାବିଲାର ଦ୍ବିତୀୟ ପାଳିରେ ସେ ଏହି ସଫଳତା ହାସଲ କରିଛନ୍ତି। ୧୭୯ ବଲ୍‌ରେ ୧୯ ଚୌକା ଓ ୭ ଛକା ସହାୟତାରେ ପୃଥ୍ବୀ ୨୦୨ ରନ୍‌ର ପାଳି ଖେଳିଥିଲେ। ପ୍ରଥମ ପାଳିରେ ମଧ୍ୟ ସେ ଅର୍ଧଶତକ (୬୬) ହାସଲ କରିଥିଲେ। ଡୋପ୍ ପରୀକ୍ଷାରେ ବିଫଳହୋଇ ୮ ମାସ ବାସନ୍ଦ ହୋଇଥିବା ପୃଥ୍ବୀ ଏହି ଦ୍ବିଶତକ ସହ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ପ୍ରଦର୍ଶନ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ସେ ଭାରତୀୟ ଦଳରେ ସ୍ଥାନ ପାଇବାର ସମ୍ଭାବନା ବୃଦ୍ଧି ପାଇଛି। ଭାରତ ପାଇଁ ଦୁଇଟି ଟେଷ୍ଟ୍ ଖେଳିଥିବା ପୃଥ୍ବୀ ୧୧୮.୫ ହାରରେ ଗୋଟିଏ ଶତକ ଓ ଗୋଟିଏ ଅର୍ଧଶତକ ସହାୟତାରେ ୨୩୭ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର