ପ୍ରଶଂସକଙ୍କ ପାଇଁ ଲିଆଣ୍ଡରଙ୍କ ‘ଲାଷ୍ଟ ରୋର୍’ ଚ୍ୟାଲେଞ୍ଜ

ଭୁବନେଶ୍ବର: ସମ୍ବାଦର ଚତୁର୍ଥ ପ୍ରେରଣାଦାୟୀ ବକ୍ତୃତାରେ ଯୋଗ ଦେଇ ମହାନ ଟେନିସ୍ ତାରକା ଲିଆଣ୍ଡର ପେସ୍ ପ୍ରଶଂସକଙ୍କ ପାଇଁ ଏକ ନିଆରା ପ୍ରତିଯୋଗିତା ଘୋଷଣା କରିଛନ୍ତି। ଖେଳ ଜୀବନର ଅନ୍ତିମ ବର୍ଷକୁ ନେଇ ଆରମ୍ଭ କରିଥିବା ‘ ୱାନ୍ ଲାଷ୍ଟ ରୋର୍’ ଅଭିଯାନ ଅନ୍ତର୍ଗତ ତାଙ୍କ ଖେଳ ଜୀବନକୁ ନେଇ ଚିତ୍ର, ସ୍କେଚ୍, ଗ୍ରାଫିକ୍ ଡିଜାଇନ୍, ଚାରକୋଲ୍ ପେଣ୍ଟିଂ ପଠାଇ ପୁରସ୍କାର ଜିତିବାକୁ ପ୍ରଶଂସକଙ୍କୁ ସେ ଏହି ଅବସରରେ ଆହ୍ବାନ କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ଏକ ମାସ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୋଲା ରହିବ। ଭାଗ୍ୟଶାଳୀ ବିଜେତା ତାଙ୍କ ସହ ୧୫ମିନିଟ୍ ସମୟ ବିତାଇବାର ସୁଯୋଗ ପାଇବ। ସେହିଭଳି ସେ ମଧ୍ୟ ଏକ ‘ଲାଷ୍ଟ ରୋର୍’ ଜିତିବ। ଲିଆଣ୍ଡର୍‌ ବ୍ୟକ୍ତିଗତ ଭାବେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ପ୍ରତିଯୋଗିତାରେ ଭାଗ ନେବା ଲାଗି ପ୍ରଶଂସକମାନେ ଆଙ୍କିଥିବା ଚିତ୍ର କିମ୍ବା ଡିଜାଇନକୁ ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ବିଟର୍‌ରେ ପ୍ରକାଶ କରି ଲିଆଣ୍ଡର୍‌ଙ୍କୁ ଟ୍ୟାଗ୍‌ କରିବେ। ସୂଚନାଯୋଗ୍ୟ ଯେ ତିନି ଦଶନ୍ଧିର ଟେନିସ୍ ଜୀବନ ପରେ ଚଳିତ ବର୍ଷ ଏଥିରୁ ଅବସର ନେବେ ବୋଲି ଲିଆଣ୍ଡର୍‌ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର