ପ୍ରି-କ୍ବାର୍ଟର୍‌ରେ ଇଂଲଣ୍ଡ, ଇଟାଲି

ପ୍ୟାରିସ୍‌: ଫିଫା ମହିଳା ବିଶ୍ବକପ୍‌ର ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଇଂଲଣ୍ଡ ଓ ଇଟାଲି ସ୍ଥାନ ପକ୍କା କରିଛନ୍ତି। ଉଭୟ ଦଳ ନିଜନିଜ ଗ୍ରୁପ୍‌ରେ ୨ ମ୍ୟାଚ୍‌ ଲେଖାଏଁ ଖେଳି ଅପରାଜୟ ସହ ଶେଷ ୧୬ ଦଳରେ ସାମିଲ ହୋଇଥିଲେ। ଗ୍ରୁପ୍‌-ଡିରେ ସ୍ଥାନ ପାଇଥିବା ଇଂଲଣ୍ଡ ଶନିବାର ମ୍ୟାଚ୍‌ରେ ୧-୦ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଇଂଲଣ୍ଡ ପକ୍ଷରୁ ଏକମାତ୍ର ଗୋଲ୍‌ଟି ଜୋଡି ଟେଲର ଦେଇଥିଲେ। ଗ୍ରୁପ୍‌-ସିରେ ଇଟାଲି ୫-୦ ଗୋଲ୍‌ରେ ଜାମାଇକାକୁ ହରାଇଥିଲା। କ୍ରିଷ୍ଟିଆନା ଗିରେଲି (୧୨, ୨୫, ୪୬ ମିନିଟ୍‌) ହ୍ୟାଟ୍ରିକ୍‌ ସଫଳତା ପାଇଥିଲା ବେଳେ ଅରୋରା ଗାଲି (୭୧, ୮୧ ମିନିଟ୍‌) ଦୁଇଟି ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର