ବିଶ୍ବକପ୍ ସହ ଯୋଡ଼ି‌େହଲା ଟାଟା ଷ୍ଟିଲ୍‌

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍ ଲାଗି ଟାଟା ଷ୍ଟିଲ ଅନ୍ୟତମ ସହଯୋଗୀ ସାଥୀ ହୋଇଛି। ଏଥିନେଇ ବିଶ୍ବର ଦଶମ ସର୍ବବୃହତ୍ ଇସ୍ପାତ ନିର୍ମାତା ସୋମବାର ବିଧିବଦ୍ଧ ଚୁକ୍ତି ସ୍ବାକ୍ଷର କରିଛି। ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ଏଥିଲାଗି ଟାଟା ଷ୍ଟିଲକୁ ଧନ୍ୟବାଦ ଦେଇଛନ୍ତି। ସେହିଭଳି ବିଶ୍ବକପ ପରିବାରକୁ ଏହି କଂପାନିକୁ ସ୍ବାଗତ କରିଛନ୍ତି। ଭବିଷ୍ୟତରେ ମଧ୍ୟ ଟାଟା ‌ଷ୍ଟିଲ ଏହିଭଳି ଭା‌େ‌ବ ହକିର ବିକାଶ ଲାଗି ସହାୟତାର ହାତ ବଢ଼ାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। କ୍ରୀଡ଼ା ବିକାଶ କ୍ଷେତ୍ର‌େର ଟାଟା ଷ୍ଟିଲ ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଛି। ହକି ସହ ବିଭିନ୍ନ ଖେଳ ଲାଗି ଆମେ ଭିତ୍ତିିଭୂମି ସୃଷ୍ଟି କରି ଆସୁଛୁ। ହକି ଏକାଡେମି ଆରମ୍ଭ କରିବାରେ ଟାଟା ଷ୍ଟିଲ ପ୍ରଥମ ଘରୋଇ ସଂସ୍ଥା। ପୂର୍ବ ଭାରତରେ ପ୍ରଥମ ଥର ଲାଗି ଆୟୋଜିତ ହେଉଥିବା ହକି ବିଶ୍ବକପ୍ ସହ ସଂପର୍କ ଯୋଡ଼ି ଆମେ ଗର୍ବିତ ବୋଲି ଟାଟା ଷ୍ଟିଲ କର୍ପୋରେଟ୍ ସେବାର ଉପ ସଭାପତି ସୁନୀଲ ଭାସ୍କରନ୍ କହିଛନ୍ତି।

ସମ୍ବନ୍ଧିତ ଖବର