ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ : ନ୍ୟୁଜିଲାଣ୍ଡ ଆଗରେ ୧୩୯ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ସାଉଥାମ୍ପଟନ୍‌: ଇଂଲଣ୍ଡର ସାଉଥାମ୍ପଟନ୍‌ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ୧୩୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।
ନିଜର ୨ୟ ଇନିଂସରେ ଭାରତ ୧୭୦ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୧ ରନ ଓ ରୋହିତ ଶର୍ମା ୩୦ ରନ କରିଥିଲେ । ମାତ୍ର ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ସ୍କୋର କରିପାରିନଥିଲେ । ଅଧିନାୟକ ବିରାଟ କୋହଲି ମାତ୍ର ୧୩ ରନ କରି ଆଉଟ ହୋଇଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥି ୪ଟି, ଟ୍ରେଣ୍ଟ ବୋଲଟ ୩ଟି ଓ କାଇଲ ଜେମିସନ ୨ଟି ଓ୍ବିକେଟ ନେଇଥିଲେ ।

ବର୍ଷା ବାଧାପ୍ରାପ୍ତ ଏହି ଫାଇନାଲ ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସରେ ୨୧୭ କରିଥିବାବେଳେ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୪୯ ରନ କରିଥିଲା । ଫଳରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ବହୁମୂଲ୍ୟ ୩୨ ରନର ଅଗ୍ରଣୀ ପାଇଥିଲା ।

ସମ୍ବନ୍ଧିତ ଖବର