ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟି‌ଲା କୋହଲି ବାହିନୀ

ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷ ମହତ୍ବପୂର୍ଣ୍ଣ ବିଶ୍ବକପ୍ ମୁକାବିଲା ପୂର୍ବରୁ କୋହଲି ବାହିନୀ ଭାରତୀୟ ରାଷ୍ଟ୍ରଦୂତ ରୁଚି ଘନଶ୍ୟାମଙ୍କୁ ଲଣ୍ଡନ ସ୍ଥିତ ତାଙ୍କ ବାସଭବନରେ ଶୁକ୍ରବାର ସାକ୍ଷାତ କରିଥିଲେ। ଦଳର ସମସ୍ତ ଖେଳାଳି, ସହାୟକ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଘନଶ୍ୟାମ ଭାରତୀୟ ଦଳକୁ ରବିବାର ମ୍ୟାଚ୍ ଲାଗି ଶୁଭଚ୍ଛୋ ଜ୍ଞାପନ କରିଥିଲେ। ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ତା’ ଟ୍ବିଟର ପୃଷ୍ଠାରେ ଏହାର ଫଟୋ ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର