ଭାରତୀୟ ସିପକ ଟାକ୍ର ଦଳରେ ମଧୁସ୍ମିତା ଓ ଇତିଶ୍ରୀ

କଟକ: ଚୀନ୍‌ର କୁନମିଙ୍ଗଠାରେ ଏସୀୟ ସିପକ ଟାକ୍ର ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାରୁ ଦୁଇଜଣ ଖେଳାଳି ମନୋନୀତ ହୋଇଛନ୍ତି। ଏହି ଦୁଇ ଓଡ଼ିଆ ହେଲେ ମଧୁସ୍ମିତା ବେହେରା ଓ ଇତିଶ୍ରୀ ସାମଲ। ଆସନ୍ତା ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶୁକ୍ରବାର ଭାରତୀୟ ଦଳ ଚୀନ୍‌ ଅଭିମୁଖେ ଯାତ୍ରା କରିଛି। ଓଡ଼ିଶା ଖେଳାଳିଙ୍କୁ ରାଜ୍ୟ ସିପକଟାକ୍ର ସ˚ଘର ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର