ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ସୂଚୀରେ ଡର୍ବାନ ନାହିଁଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ସେହି ଦେଶର ଅନ୍ୟ ସବୁ ସହର ତୁଳନାରେ ଅଧିକ। ହେଲେ ଆସନ୍ତାବର୍ଷ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଗଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଏଠାରେ ଗୋଟିଏ ହେଲେ ବି ଟେଷ୍ଟ୍ ଖେଳିବ ନାହିଁ। ୧୯୯୨ରେ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟ୍କୁ ପୁନଃ ପ୍ରତ୍ୟାବର୍ତନ କରିବା ପରେ ମାତ୍ର ଗୋଟିଏ ଥରକୁ ଛାଡ଼ିଦେଲେ ଅନ୍ୟ ସବୁ ଗସ୍ତରେ ଡର୍ବାନରେ ଟେଷ୍ଟ୍ ଖେଳିଛି। ଏଥର କିନ୍ତୁ ଭାରତ ଖେଳିବାକୁ ଥିବା ତିନିଟି ଟେଷ୍ଟ୍ କେପଟାଉନ୍, ସେଞ୍ଚୁରିଅନ୍ ଏବଂ ଜୋହାନେସବର୍ଗରେ ଖେଳାଯିବ ବୋଲି କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଘୋଷଣା କରିଥିବା ସୂଚୀରୁ ସ୍ପଷ୍ଟ ହୋଇ ଯାଇଛି। ସେହିଭଳି ଏହି ତିନିଟି ସ୍ଥାନ ମଧ୍ୟ ଭାରତ-ଦକ୍ଷିଣ ଆଫ୍ରିକା ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ବଛା ଯାଇଛି। ଡର୍ବାନରେ କେବଳ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଖେଳାଯିବାର ଅଛି। ସୂଚନାଯୋଗ୍ୟ ଯେ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଶୃଙ୍ଖଳା ଜାନୁଆରି ୫, ଦିନିକିଆ ଫେବ୍ରୁଆରି ପହିଲା ଏବଂ ଟେ୍ଵଣ୍ଟି-୨୦ ଫେବ୍ରୁଆରି ୧୮ରୁ ଖେଳାଯିବ। ଏହି ଗସ୍ତରେ ଭାରତ ୩ ଟେଷ୍ଟ, ୬ ଦିନିକିଆ ଏବଂ ୩ ଟେ୍ଵଣ୍ଟି-୨୦ ଖେଳିବ।