ଭାରତ ବିପକ୍ଷ ପରାଜୟ ପର ୭ ଦିନ ବହୁତ କଷ୍ଟକର ଥିଲା: ସର୍ଫରାଜ

କରାଚି: ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ପାକିସ୍ତାନ ଆଶାଜନକ ପ୍ରଦର୍ଶନ କରି ପାରିଲା ନା‌ହିଁ ବୋଲି ଅଧିନାୟକ ସର୍ଫରାଜ ଅହମ୍ମଦ ସ୍ବୀକାର କରିଛନ୍ତି। ଏଥିଲାଗି ସେ ମଧ୍ୟ ପାକିସ୍ତାନୀ କ୍ରିକେଟ୍ ପ୍ରେମୀଙ୍କୁ କ୍ଷମା ମାଗିଛନ୍ତି। ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ସ୍ବଦେଶରେ କରିଥିବା ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସଫର୍ରାଜ ପାକିସ୍ତାନକୁ ରୋକିବା ଲାଗି ଭାରତ ଜାଣିଣୁଣି ଇଂଲଣ୍ଡଠାରୁ ହାରିଥିବା ଚର୍ଚାକୁ ଗ୍ରହଣ କରି ନାହାନ୍ତି। ସେହିଭଳି ଅଧିନାୟକ ପଦ ଛାଡ଼ିବେ ନାହିଁ ବୋଲି ସେ ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି। ସର୍ଫରାଜ କହିଛନ୍ତି ଯେ ଭାରତ ବିପକ୍ଷ ପରାଜୟ ପର ୭ ଦିନ ଆମ ପାଇଁ ବହୁତ କଷ୍ଟକର ଥିଲା। ଏହି ମ୍ୟାଚ୍ ପରେ ଆମେ ଦୁଇ ଦିନ ବିଶ୍ରାମ ନେଇଥିଲୁ। ଏହା ପରେ ମୁଁ ୧୫ ଜଣ ଖେଳାଳିଙ୍କର ଏକ ବୈଠକ ଡାକିଥିଲି। ପ୍ରଥମ ପାଞ୍ଚ ମ୍ୟାଚ୍‌ରେ ଆମେ କରିଥିବା ଭୁଲ ନଦୋହରାଇବାକୁ ଆହ୍ବାନ କରିଥିଲି। ଆମ ଖେଳାଳିମା‌ନେ ଏହା ପରେ ବହୁତ ଭଲ ପ୍ରତ୍ୟାବର୍ତନ କରିଥିଲେ। ଭାରତ ଜାଣିଶୁଣି ନୁହେଁ, ଇଂଲଣ୍ଡ ଭଲ ଖେଳିଥିବାରୁ ପରାଜିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ଜଣେ ମହିଳା ପତ୍ରକାର ବାଂଲାଦେଶ ଖେଳାଳିଙ୍କୁ ବଙ୍ଗାଳୀ ବୋଲି କହିବା ପରେ ସେମାନଙ୍କୁ ବାଂଲାଦେଶୀ ବୋଲି ସମ୍ବୋଧନ କରିବାକୁ ସର୍ଫରାଜ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର