ମଦର୍ସ ପବ୍ଲିକ୍‌ ସ୍କୁଲ୍‌କୁ ଦ୍ୱିମୁକୁଟ

ଭୁବନେଶ୍ୱର: ମଦର୍ସ ପବ୍ଲିକ୍‌ ସ୍କୁଲ୍‌ର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ମଦର୍ସ କପ୍‌ ଅନ୍ତଃବିଦ୍ୟାଳୟ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରେ ଆୟୋଜକ ସ୍କୁଲ୍‌ ଦ୍ୱିମୁକୁଟ ହାସଲ କରିଛି। ଗତ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବର୍ଗରେ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ ବିଜେତା ହୋଇଛି। ଉଭୟ ବର୍ଗର ଫାଇନାଲ୍‌ ମଦର୍ସ ଓ ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ମଧ୍ୟରେ ଖେଳାଯାଇଥିଲା। ବାଳିକାରେ ୩୩-୧୩ ଓ ବାଳକରେ ୪୨-୧୪ରେ ମଦର୍ସ ବିଜୟୀ ହୋଇଥିଲା। ବାଳିକା ଫାଇନାଲ୍‌ରେ ବିଜୟୀ ଦଳ ପକ୍ଷରୁ ଅଭିପ୍‌ସା ଓ ଦେବଶ୍ରୀ ୧୩ ଲେଖାଏଁ ଓ ଅମ୍ରିତା ୭ ପଏଣ୍ଟ୍‌ କରିଥିଲା ବେଳେ ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ପକ୍ଷରୁ ସିଦ୍ଧି ସଂକଳ୍ପ ୬, ସିଦ୍ଧି ଶତପଥୀ ୫ ପଏଣ୍ଟ୍‌ କରିଥିଲେ। ବାଳକ ଫାଇନାଲ୍‌ରେ ମଦର୍ସ ପକ୍ଷରୁ ଅରୋଚେତନ ୧୬ ଓ ମିଲିନ୍ଦ ୧୦ ଏବଂ ସାଇ ପକ୍ଷରୁ ଆଦର୍ଶ ଅଗ୍ରଓ୍ଵାଲ ୪ ପଏଣ୍ଟ୍‌ କରିଥିଲେ। ବାଳିକା ବର୍ଗରେ ଅଭିପ୍‌ସା ଓ ପ୍ରତୀକ୍ଷା ଏବଂ ବାଳକରେ ମିଲିନ୍ଦ ହରିଚନ୍ଦନ ଓ ଶୋଭନ ପ୍ରଧାନ ଯଥାକ୍ରମେ ଫାଇନାଲ୍‌ର ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦୌଡ଼କୁଦ ପ୍ରଶିକ୍ଷକ ନୀଳମାଧବ ଦେଓ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ ଓ ବରିଷ୍ଠ କ୍ରୀଡ଼ା ଶିକ୍ଷକ ସତ୍ୟରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ। ମହମ୍ମଦ ସାହିଦ୍‌, ଶିଶିର ପଟ୍ଟନାୟକ୍‌, ଜୁବେର୍‌ ଅଲ୍ଲୀ ଖାନ୍‌ ଓ ରୁଦ୍ରନାଥ ନାୟକ ମ୍ୟାଚ୍‌ଗୁଡ଼ିକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର