ମ୍ୟାକ୍ଲିନାଘନଙ୍କୁ ଛାଡ଼ି ବାପ ଘରକୁ ଚାଲିଗଲେ ପତ୍ନୀ

ନୂଆଦିଲ୍ଲୀ: ପାକିସ୍ତା‌ନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ରେ ଖେଳି ସ୍ବଦେଶ ଫେରିଥିବା ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ମିଚେଲ ମ୍ୟାକ୍ଲିନାଘନ ନିଜସ୍ବ ପୃଥକୀକୃତ ଚିକିତ୍ସାଗୃହରେ ୧୪ ଦିନ ରହିବେ ବୋଲି ଘୋଷଣା କରିଛନ୍ତି। ମ୍ୟାକ୍‌କ୍ଲିନାଘନ ‌ପାକିସ୍ତାନରୁ ଫେରିବା ଜାଣି ତାଙ୍କ ପତ୍ନୀ ଏକ ଚିଠି ଲେଖି ନିଜ ବାପ ଘରକୁ ପଳାଇଛନ୍ତି। ଏହି ଚିଠି ସହ ମ୍ୟାକ୍ଲିନାଘନ ସ୍ମିତହାସ୍ୟ ସେଲ୍‌ଫି ଉଠାଇ ନିଜ ଟ୍ବିଟର୍‌ ପୃଷ୍ଠାରେ ଛାଡ଼ିବା ସହ ପୃଥକୀକୃତ ଚିକିତ୍ସାଗୃହରେ ରହିବା ନେଇ ସୂଚନା ଦେଇଛନ୍ତି। ‘ଏହି ଚିଠିରେ ମୋ ମହାନ ପତ୍ନୀଙ୍କ ସିଧା ନିର୍ଦେଶ ରହିଛି ‌‌ଯେ ପୃଥକୀକୃତ ଘରେ ରହିବା ପାଇଁ। ସେ ଆମ ଘର ଛାଡ଼ି କିଛି ସପ୍ତାହ ଲାଗି ନିଜ ବାପା ଘରକୁ ଚାଲି ଯାଇଛନ୍ତି। ୧୪ ଦିନ ପରେ ପୁଣି ଦେଖା ହେବ’ ବୋଲି ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି ମ୍ୟାକ୍ଲିନାଘନ।

ସମ୍ବନ୍ଧିତ ଖବର