ପାକିସ୍ତାନ ବୋଲରଙ୍କ ଯୁକ୍ତି : ରିଭର୍ସ ସ୍ୱିଙ୍ଗ ଏକ କଳା ଠକାମୀ ନୁହେଁ

କରାଚୀ: ପାକିସ୍ତାନ ଏକ ଅଜବ ଦେଶ । ଦୂନିଆ ଗୋଟିଏ ଚିନ୍ତା କଲାବେଳକୁ ସେମାନେ ତାହାର ଓଲଟା ଚିନ୍ତା କରନ୍ତି । ବିଶ୍ୱବ୍ୟାପୀ ଆତଙ୍କବାଦ ବିରୋଧରେ ଲଢେଇ ଚାଲିଥିବାବେଳେ ପାକିସ୍ତାନରେ ଆତଙ୍କବାଦକୁ ସମର୍ଥନ କରାଯାଉଛି । ସାରା ଜଗତ ଯେଉଁମାନଙ୍କୁ ଆତଙ୍କବାଦୀ କହେ ସେ ସେମାନଙ୍କୁ ଧର୍ମଯୋଦ୍ଧା ବୋଲି କହନ୍ତି । ଏହାର ଆଉ ଏକ ପ୍ରମାଣ ମିଳିଛି ।

ବଲ ଟ୍ୟାମ୍ପରିଂକୁ ନେଇ କ୍ରିକେଟ ଜଗତରେ ଚହଳ ପଡିଛି । ଏହାକୁ ନେଇ ଅଷ୍ଟ୍ରେଲିଆ କ୍ରିକେଟରେ ଭୂକମ୍ପ ଆସିଯାଇଛି । ଏହି କାରଣରୁ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ଓ ଉପ-ଅଧିନାୟକ ଡେଭିଡ୍‌ ଓ୍ଵାର୍ଣ୍ଣରଙ୍କୁ ନିଜ ପଦ ହରାଇବାକୁ ପଡିଛି ।

କିନ୍ତୁ ପାକିସ୍ତାନର ଖେଳାଳୀମାନେ ଏହାକୁ ଚିଟିଂ ବା ଠକେଇ ବୋଲି ଭାବୁ ନାହାନ୍ତି । ପାକିସ୍ତାନର ମହାନ ବୋଲର ତଥା ରିଭର୍ସ ସ୍ୱିଙ୍ଗ ବିଶେଷଜ୍ଞ ବୋଲର ସର୍ଫରାଜ ନଓ୍ଵାଜ କହିଛନ୍ତି ଯେ ରିଭର୍ସ ସ୍ୱିଙ୍ଗ ଏକ ଠକେଇ ନୁହେଁ, ଏହା ଏକ କଳା । ଏଥିପାଇଁ ସ୍ୱତନ୍ତ୍ର ଦକ୍ଷତାର ଆବଶ୍ୟକତା ଅଛି । ସେ କହିଛନ୍ତି ଯେ ନୂଆ ବଲରେ ସ୍ୱିଙ୍ଗ ହୋଇଥାଏ ଓ ପୁରୁଣା ବଲେରେ ରିଭର୍ସ ସ୍ୱିଙ୍ଗ ହୋଇଥାଏ । ଏହାର ବୈଜ୍ଞାନିକ ସମ୍ମତ କାରଣ ରହିଛି । ତେବେ ବଲ୍‌ ଟ୍ୟାମ୍ପରିଂ କରିବା ଏକ ଚିଟିଂ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଯେତବେଳେ ରିଭର୍ସ ସ୍ୱିଙ୍ଗ କରିବା ଆରମ୍ଭ କଲେ ସମସ୍ତେ ତାହାକୁ ଚିଟିଂ ବୋଲି କହିଲେ । ଯେବେ ଇଂଲିସ ବୋଲରମାନେ ଏହା କଲେ ତାହାକୁ କଳା ବୋଲି କୁହାଗଲା । ପାକିସ୍ତାନର ମହାନ ଖେଳାଳୀ ଇମ୍ରାନ ଖାଁ, ଓ୍ଵାସିମ ଆକ୍ରାମ ମଧ୍ୟ ରିଭର୍ସ ସ୍ୱିଙ୍ଗକୁ ସମର୍ଥନ କରିଛନ୍ତି ।

ସମ୍ବନ୍ଧିତ ଖବର