ରେଫରିଙ୍କ ନିଷ୍ପତ୍ତିରେ ଖୁସି ନୁହନ୍ତି ଶିବ

ନୂଆଦିଲ୍ଲୀ: ଚଳିତ ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତି‌ଯୋଗିତା‌ରେ ରେଫରିଙ୍କ ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି ଭାରତୀୟ ପ୍ରଶିକ୍ଷକ ଶିବ ସିଂହ। ସରିତା ଦେବୀ ଏବଂ ସ୍ବିଟି ବୋରାଙ୍କ ପରାଜୟର ମୁଖ୍ୟ କାରଣ ରେଫରିଙ୍କ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି ଏହି ଭାରତୀୟ ପ୍ରଶିକ୍ଷକ। ପୂର୍ବତନ ବିଶ୍ବ ବିଜୟିନୀ ସରିତା (୬୦ କେଜି) ସ୍ବଳ୍ପ ବ୍ୟବଧାନ ୨-୩ରେ ଆୟର୍ଲାଣ୍ଡର କେଲି ହାରିଙ୍ଗଟନ୍‌ଙ୍କଠୁ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଏବଂ ୨୦୧୪ ରୌପ୍ୟ ବିଜୟିନୀ ସ୍ବିଟି (୭୫ କେଜି) ୦-୫ରେ ପୋଲାଣ୍ଡର ଏଲ୍‌ଜିବିଟା ୱଜ୍‌ସିକ୍‌ଙ୍କଠୁ ଦ୍ବିତୀୟ ପର୍ଯ୍ୟାୟରୁ ହାରି ବିଦାୟ ନେଇଥିଲେ। ଶିବଙ୍କ କହିବା କଥା, ସରିତା ଏବଂ ସ୍ବିଟି ବିପକ୍ଷ ଖେଳାଳିଙ୍କ ପଞ୍ଚ୍‌ରେ ହାରି ନାହାନ୍ତି। କେ‌ମିତି ‌ପଏଣ୍ଟ୍‌ ଗଣା ଗଲା ବୁଝି ହେଉନି। ସରିତାଙ୍କ ଗୋଡ଼ ଖସିଯିବାରୁ ସେ ତଳେ ପଡ଼ି ଯାଇଥିଲେ, କିନ୍ତୁ ବିପକ୍ଷକୁ ପଏଣ୍ଟ୍‌ ମିଳିଥିଲା। ସେହିପରି ସ୍ବିଟି ଫେରି ଯାଇଥିଲେ, ଏହା ପଏଣ୍ଟ୍‌ ପାଇବାର ପଞ୍ଚ୍‌ ନଥିଲା। ହେଲେ ରେଫରି ଏହାକୁ ପଏଣ୍ଟ୍‌ରେ ଗଣିଥିଲେ। ଯାହାକି ଏହି ଦୁଇ ଜଣଙ୍କ ପରାଜୟର କାରଣ ହୋଇଥିଲା ବୋଲି ଶିବ କହିଛନ୍ତି।

ସମ୍ବନ୍ଧିତ ଖବର