ରେହମାନ-ସାହରୁଖଙ୍କୁ ୨୧ ବର୍ଷ ପରେ ଯୋଡ଼ିଲା ବିଶ୍ବକପ୍

ଭୁବନେଶ୍ବର: ନଭେମ୍ଭର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ଓଡ଼ିଶା ହକି ବିଶ୍ବକପ୍ ଏବେ ଦେଶର ଦୁଇ କିମ୍ବଦନ୍ତୀ କଳାକାର ଏ ଆର୍ ରେହମାନ ଏବଂ ସାହରୁଖ ଖାନଙ୍କୁ ୨୧ ବର୍ଷ ପରେ ଏକାଠି କାମ କରିବାର ସୁଯୋଗ ଦେଇଛି। ହକି ବିଶ୍ବକପ୍‌ର ସଂଗୀତ ‘ଜୟ ହିନ୍ଦ୍ ହିନ୍ଦ୍, ଜୟ ଇଣ୍ଡିଅା’ର ଭିଡିଓ ପ୍ରସ୍ତୁତ ପାଇଁ ଏମାନେ ଏକାଠି ହୋଇଛନ୍ତି। ରେହମାନଙ୍କ ନିର୍ଦେଶନାରେ ସାହରୁଖ କାମ ଆରମ୍ଭ କରିଛନ୍ତି। ଶେଷ ଥର ପାଇଁ ଉଭୟ ୧୯୯୭ ମସିହାରେ ‘ବନ୍ଦେ ମାତରମ୍‌’ରେ ଏଭଳି ମିଳିତ କାମ କରିଥିଲେ। ମହାନ ଗୀତିକାର ସେଖ ଗୁଲଜାର ହକି ବିଶ୍ବକପ୍‌ର ସଂଗୀତ ରଚନା କରିିଛନ୍ତି। ଭିଡିଓରେ ନୂଆ ଭାରତ ଏବଂ ତୃଣମୂଳଠାରୁ ସହରୀ ଭାରତର ଚିତ୍ର ପ୍ରଦର୍ଶିତ କରାଯିବ। ହକି ପ୍ରତି ଭାରତୀୟଙ୍କ ସମର୍ଥନ ଯୋଗାଡ଼ରେ ଏହି ଭିଡିଓ ସହାୟକ ହେବ ବୋଲି ଆଶା କରାଯାଉଛି। ମସ୍କାଟରେ ଅାୟୋଜିତ ଏସିଆନ ଚାମ୍ପିଅନ୍ସ ଟ୍ରଫିରୁ ଭାରତୀୟ ହକି ଦଳ ଫେରିବା ପରେ ଏହି ସଂଗୀତ ଓ ଭିଡିଓର ଉନ୍ମୋଚନ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି। ପୂର୍ବରୁ ଓସ୍କାର ବିଜେତା ରେହମାନ ଏବଂ ବିଶିଷ୍ଟ ଗୀତିକାର ଗୁଲଜାରଙ୍କୁ ରାଜ୍ୟ ସରକାର ଯୋଡ଼ିଥିବାବେଳେ ଗତ ସପ୍ତାହରେ ସାହାରୁଖ ନଭେମ୍ବର ୨୭ ତାରିଖର ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ହେବେ‌ ବୋଲି କୁହାଯାଇଥିଲା। କିଙ୍ଗ୍ ଖାନ୍ ମଧ୍ୟ ନିଜ ଟ୍ବିଟର୍ ପୃଷ୍ଠାରେ ଆଗ୍ରହ‌‌ ଦେଖାଇ ‌େଲଖିଥିଲେ ‘ମେରା ଦିଲ୍ ହକି କେ ଲିୟେ ବ‌େହାତ ତେଜ୍ ଧଡ଼କତା‌ ‌େହୖ’। ହକିକୁ ମଧ୍ୟ ସାହାରୁଖ ‘ଦେଶର ଗୌରବ’ ଆଖ୍ୟା ଦେଇଥିଲେ। ରବିବାର ସୁଟିଂ ପରେ ପରେ ସାହାରୁଖ ମଧ୍ୟ ଟ୍ବ୍ିଟର୍ ପୃଷ୍ଠାରେ ଲେଖିଥିଲେ ‘ଭାରତର ଗର୍ବ ହକି ଏବଂ ରେହମାନଙ୍କ ସହିତ କିଛି ଘଣ୍ଟା ବିତାଇବା ଚମତ୍କାର ଅନୁଭବ‌ ଦେଇଛି’।

ସମ୍ବନ୍ଧିତ ଖବର