ଷ୍ଟିଭ୍‌ ଵ ବାଛିଲେ ସେମିଫାଇନାଲିଷ୍ଟ୍‌

ଲଣ୍ଡନ୍‌: ଚଳିତ ବିଶ୍ବକପ୍‌ରେ ବର୍ତ୍ତମାନସୁଦ୍ଧା ହୋଇଥିବା ମ୍ୟାଚ୍‌ଗୁଡ଼ିକରୁ ଖେଳାଳିଙ୍କ ପ୍ରଦର୍ଶନକୁ ଆଧାରକରି ଅଷ୍ଟ୍ରେଲିଆର ପୂର୍ବତନ ବିଶ୍ବ ବିଜୟୀ ଦଳର ଅଧିନାୟକ ଷ୍ଟିଭ୍‌ ଵ’ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିଛନ୍ତି। ଯଦିଓ ପ୍ରତିଯୋଗିତାରେ ଏବେ ସୁଦ୍ଧା ବା˚ଲାଦେଶର ସକିବ ଅଲ୍‌ ହାସନ୍‌ ଏବଂ ଭାରତର ରୋହିତ ଶର୍ମା ମହତ୍ବପୂର୍ଣ୍ଣ ପାଳି ଖେଳି ଦଳକୁ ଜିତାଇଛନ୍ତି, କିନ୍ତୁ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍‌ ଫିଞ୍ଚକୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ସେ ବିବେଚନା କରିଛନ୍ତି। ବିଶ୍ବକପ୍‌କୁ ଆସିବା ପର୍ଯ୍ୟନ୍ତ ଫିଞ୍ଚ ସେତେଟା ଭଲ ପ୍ରଦର୍ଶନ କରିନଥିଲେ ବି ବର୍ତ୍ତମାନ ପ୍ରତିଯୋଗିତାରେ ୬୮.୬୦ ହାରରେ ୩୪୩ ରନ୍‌ ସହ ତୃତୀୟ ସର୍ବାଧିକ ରନ୍‌ ସ˚ଗ୍ରହକାରୀ ହୋଇପାରିଛନ୍ତି।
ଏପରିକି ସେମିଫାଇନାଲିଷ୍ଟ ଦଳ ମଧ୍ୟ ସେ ଚୟନ କରିଛନ୍ତି। ଘରୋଇ ଇ˚ଲଣ୍ଡ ସହିତ ପୂର୍ବତନ ବିଜେତା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଭାରତ ଏଥର ସେମିଫାଇନାଲ୍‌ରେ ଖେଳିବେ ବୋଲି ଷ୍ଟିଭ୍‌ କହିଛନ୍ତି। ଏବେ ପ୍ରତିଯୋଗିତାର ଗ୍ରୁପ୍‌ ପର୍ଯ୍ୟାୟ ଅଧା ଶେଷ ହୋଇଯାଇଥିଲା ବେଳେ ଉକ୍ତ ୪ ଦଳ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ପଏଣ୍ଟ୍‌ ତାଲିକାରେ ଅନ୍ୟମାନଙ୍କଠୁ ଯଥେଷ୍ଟ ଦୂରତାରେ ରହିଛନ୍ତି। ପ୍ରତ୍ୟେକ ଦଳ ଶେଷ ସପ୍ତାହ ପୂର୍ବରୁ ଅନ୍ୟୁନ ଦୁଇଟି ମ୍ୟାଚ୍‌ ଜିତି ପାରିଲେ ସେମିଫାଇନାଲ୍‌ରେ ପ୍ରବେଶ ନିଶ୍ଚିତ ହୋଇଯିବ ବୋଲି ଷ୍ଟିଭ୍‌ କହିଛନ୍ତି।

ସମ୍ବନ୍ଧିତ ଖବର