ସାଇନାଙ୍କ ଆତ୍ମଜୀବନୀରେ ଶ୍ରଦ୍ଧା

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ଆତ୍ମଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ରରେ ଶ୍ରଦ୍ଧା କାପୁର ମୁଖ୍ୟ ଭୂମିକା ତୁଲାଇବେ। ଶ୍ରଦ୍ଧା ପରଦା ଉପରେ ସାଇନାଙ୍କ ଚିରିତ୍ରରେ ଦେଖିବାକୁ ମିଳିବେ। ଏଥିଲାଗି ସେ ଜାତୀୟ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦଙ୍କଠାରୁ ଆନୁଷ୍ଠାନିକ ଭାବେ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ନେଇଛନ୍ତି। ଶନିବାର ଶ୍ରଦ୍ଧା ଏହି ଚଳଚ୍ଚିତ୍ରରେ ତାଙ୍କ ଲୁକ୍ କିଭଳି ରହିବ ତା’ର ଝଲକ ଦେଖାଇଛନ୍ତି। ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ସେ ଏକ ଫଟୋ ପ୍ରକାଶ କରି ତା ତଳେ ସାଇନା ଲେଖିଛନ୍ତି। ଏହି ଫା‌ଟୋଟିରେ ଶ୍ରଦ୍ଧା ମ୍ୟାଚ୍ ପଏଣ୍ଟ ଜିତିବା ପରେ ସାଇନା ଦେଉଥିବା ପ୍ରତିକ୍ରିୟାକୁ ନିଖୁଣ ଭାବେ ପ୍ରକଶ କରିଥିବା ଦେଖିବାକୁ ମିଳୁଛି। ଚଳିତ ମାସ ୨୨ ତାରିଖରେ ଏହି ଚଳଚ୍ଚିତ୍ରଟିର ସୁଟିଂ ଆରମ୍ଭ ହୋଇଛି। ଅମୋଲ ଗୁପ୍ତା ଏହାର ନିର୍ଦେଶକ ଦାୟିତ୍ବରେ ଅଛନ୍ତି।

ସମ୍ବନ୍ଧିତ ଖବର