ସାଫ୍‌ ୧୫ ବର୍ଷରୁ କମ୍‌ ମହିଳା ଚାମ୍ପିଅନ୍‌ସିପ୍‌, ଫାଇନାଲ୍‌ରେ ଭାରତ

ଥିମ୍ଫୁ (ଭୁଟାନ): ଚଳିତ ସାଫ୍‌ ୧୫ ବର୍ଷରୁ କମ୍‌ ମହିଳା ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ ସ୍ଥାନ ପକ୍କା କରିଛି ଭାରତ। ଥିମ୍ଫୁରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ନେପାଳକୁ ୪-୧ ଗୋଲ୍‌ରେ ହରାଇଥିବା ଭାରତ ଶୁକ୍ରବାର ଆୟୋଜକ ଭୁଟାନ୍‌କୁ ୧୦-୧ ଗୋଲ୍‌ରେ ପରାସ୍ତ କରିଥିଲା। ଭାରତ ପକ୍ଷରୁ ସାଇ ସାଙ୍ଖାଇ ଦ୍ବିତୀୟାର୍ଧରେ ହ୍ୟାଟ୍ରିକ୍‌ ହାସଲ କରିଥିଲା ବେଳେ ଲିଣ୍ଡା କମ୍‌ ସର୍ତୋ, ସୁମତୀ କୁମାରୀ ଓ କିରଣ ଦୁଇଟି ଲେଖାଏଁ ଏବଂ ପ୍ରିୟଙ୍କା ସୁଜୀଶ ଗୋଟିଏ ଗୋଲ୍‌ ଦେଇଥିଲେ। ପ୍ରଥମାର୍ଧରେ ଭାରତ ୫ ଗୋଲ୍‌ ଦେଇଥିଲା ବେଳେ ଭୁଟାନ ଗୋଟିଏ ଶୁଝିବାକୁ ସକ୍ଷମ ହୋଇଥିଲା। ଦ୍ବିତୀୟାର୍ଧରେ ଆଉ ୫ଟି ଦେଇ ୧୦-୧ ଗୋଲ୍‌ରେ ବିଜୟୀ ହୋଇଥିଲା। ଭାରତ ୧୫ ତାରିଖରେ ହେବାକୁ ଥିବା ଫାଇନାଲ୍‌ରେ ବାଂଲାଦେଶକୁ ଭେଟିବ। ବାଂଲାଦେଶ ୨-୧ ଗୋଲ୍‌ରେ ନେପାଳକୁ ପରାସ୍ତ କରିଥିଲା। ତେବେ ଭାରତ ରବିବାର ଶେଷ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।

ସମ୍ବନ୍ଧିତ ଖବର