ସୁନିତା ଶ୍ରେଷ୍ଠ କ୍ରୀଡ଼ାବିତ୍‌

ଭୁବନେଶ୍ୱର: ଚଳିତ ବର୍ଷ ଲାଗି କ୍ରୀଡ଼ା ଭିତ୍ତିକ େଓ୍ଵବ୍‌ ଚ୍ୟାନେଲ୍‌ ସ୍ପୋର୍ଟସ୍‌ ଲଗ୍‌ଅନ୍‌ ପୁରସ୍କାର ମଙ୍ଗଳବାର ଘୋଷିତ ହୋଇଛି। ସୁନିତା ଲାକ୍ରା (ହକି) ଶ୍ରେଷ୍ଠ କ୍ରୀଡ଼ାବିତ୍‌, ଜୟନ୍ତୀ ବେହେରା (ଦିବ୍ୟାଙ୍ଗ ଆଥ୍‌ଲେଟ୍‌) ଉଦୀୟମାନ କ୍ରୀଡ଼ାବିତ୍‌, ରଂଜନ ସୋରେନ ଓ ସୁନିଲ ସୋରେନ (ଫୁଟ୍‌ବଲ୍‌)ଙ୍କୁ କୁମୁଦିନୀ ମିଶ୍ର କ୍ରୀଡ଼ା ପ୍ରତିଭା, କୃଷ୍ଣକାନ୍ତ ପଣ୍ଡା (କବାଡ଼ି) ଶ୍ରେଷ୍ଠ ପ୍ରଶିକ୍ଷକ, ମଂଜୁଲତା ଦାସ (ଜୁଡ଼ୋ) ବିଗତ ଦିନର ଖେଳାଳି ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି। ରବିବାର ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ସ୍ପୋର୍ଟସ ଲଗଅନ ପୁରସ୍କାର ବିଚାରକମଣ୍ଡଳି ସମିତି ବୈଠକରେ ଅନୁଗୁଳ-ସୁକିନ୍ଦା ରେଲବାଇ ପ୍ରାଇଭେଟ ଲିମିଟେଡ୍‌ର କାର୍ଯ୍ୟକାରୀ ନିର୍ଦେଶକ ଦିଲ୍ଲୀପ ସାମନ୍ତରାୟ, ବରିଷ୍ଠ କ୍ରୀଡ଼ା ସମୀକ୍ଷକ ସମୀକ୍ଷା ପଟ୍ଟନାୟକ, ସ୍ପୋର୍ଟସ ଲଗଅନର ସହ ସମ୍ପାଦକ ବିନୟଭୂଷଣ ପଟ୍ଟନାୟକ, ଗୁଡ୍‌ ସାମାରିଟାନ ଟ୍ରଷ୍ଟ୍‍ର ଟ୍ରଷ୍ଟି ନନ୍ଦକିଶୋର ପଟ୍ଟନାୟକ ଏବଂ ସ୍ପୋର୍ଟସ ଲଗଅନର ସମ୍ପାଦକ ତନ୍ମୟ ଦାସ ଚଳିତ ବର୍ଷର ବିଜେତା ଚୟନ କରିଥିଲେ।

ସମ୍ବନ୍ଧିତ ଖବର