ସୁଶୀଲ-ସମୀର ଟ୍ରଫି ଜିତିଲା ରାମେଶ୍ବର

ଭୁବନେଶ୍ବର,: ପାରାଦୀପର ଭୁତମୁଣ୍ଡାଇଠାରେ ଚାଲିଥିବା ସୁଶୀଲ-ସମୀର ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ପୁରୁଣା ଭୁବନେଶ୍ବରର ରାମେଶ୍ବର ସ୍ପୋର୍ଟିଂ ବିଜେତା ହୋଇଛି। ରବିବାରର ଫାଇନାଲରେ ରାମେଶ୍ବର ନିଜର ସହର ସାଥୀ ସ୍କାନ୍‌ କ୍ରିକେଟ୍ ଏକାଡେମିକୁ ୬ ୱିକେଟ୍‌ରେ ହରାଇଥିଲା। ଦୀପକ ମଙ୍ଗରାଜ (୩-୦୧୧-୫) ଫାଇନାଲର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବାବେଳେ ଅନ୍ତର୍ଜାତୀୟ ତାରକା ରାଜେଶ ମହାନ୍ତି ଶ୍ରେଷ୍ଠ ବୋଲର, ନିହାର ପଟ୍ଟନାୟକ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌, କୃଷ୍ଣ ବାରିକ ଶ୍ରେଷ୍ଠ ୱିକେଟ୍‌ରକ୍ଷକ, ସମ୍ବିତ ବରାଳ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ସ୍କାନ୍‌ କ୍ରିକେଟ୍ ଏକାଡେମି ୧୨ ଓଭରରେ ୧୨୮ (ସମ୍ବିତ ବରାଳ-୩୬, କାହ୍ନା ମହାନ୍ତି-୩୦, ଦୀପକ ମଙ୍ଗରାଜ-୫/୧୧)। ରାମେଶ୍ବର ସ୍ପୋର୍ଟିଂ: ୧୧.୪ ଓଭରରେ ୧୩୪/୪ (ନିହାର ପଟ୍ଟନାୟକ-୫୧*, ରାଜେଶ ମହାନ୍ତି-୩୦, ପ୍ରକାଶ ବାରିକ-୨୦, ନଦିମ୍ ଖାନ୍‌-୨/୧୫)।

ସମ୍ବନ୍ଧିତ ଖବର