ସୌରଜିତ, ସୁବ୍ରତ ଲେଭଲ ‘ଏ’ ପ୍ରଶିକ୍ଷକ

କଟକ: ପୂର୍ବତନ ରଣଜୀ ଖେଳାଳି ସୌରଜିତ ମହାପାତ୍ର ଓ ସୁବ୍ରତ ବେହେରା ବିସିସିଆଇ ଲେଭଲ ‘ଏ’ ପ୍ରଶିକ୍ଷକ ମାନ୍ୟତା ପାଇଛନ୍ତି। ଏଥିସହିତ ଏହି ଦୁଇ ଜଣ ଲେଭଲ ‘ବି’ ପ୍ରଶିକ୍ଷକ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତବର୍ଷ ନଭେମ୍ବର ୧୨ ଓ ୧୩ ତାରିଖରେ କୋଲକାତାରେ ଲେଭଲ ‘ଏ’ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ସୌରଜିତ ଦ୍ବିତୀୟ ସର୍ବାଧିକ ୫୦ରୁ ୪୧ ନମ୍ବର ପାଇଥିଲେ। ଆସାମର ଅଭିଜିତ ଦାସ ସର୍ବାଧିକ ୪୨ ନମ୍ବର ପାଇଥିଲେ। ସେହିପରି ସୁବ୍ରତ ମୋଟ ୩୭ ନମ୍ବର ପାଇଁ ଲେଭଲ ‘ବି’ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏହି ପରୀକ୍ଷାରେ ବେଙ୍ଗଲର ୧୧ ଜଣ, ଆସାମ ଓ ଓଡ଼ିଶାରୁ ୨ ଜଣ ଲେଖାଏଁ କୃତକାର୍ଯ୍ୟ ହୋଇଥିଲା ବେଳେ ୧୨ ଜଣ ଲେଭଲ ‘ବି’ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର