ସ୍ମିଥଙ୍କୁ ଘାଇଲା କଲେ ଆର୍ଚର

ଲଣ୍ଡନ: ନିଜ ପ୍ରଥମ ଟେଷ୍ଟ୍‌ ଖେଳୁଥିବା ଇଂଲିସ୍ ବୋଲର ଜୋଫ୍ରା ଆର୍ଚର ଶନିବାର ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭନେ ସ୍ମିଥ୍‌ଙ୍କୁ ବାଉନ୍ସର ମାରି ଘାଇଲା କରି ଦେଇଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଆସେସ୍ ଟେଷ୍ଟ୍‌ ବିଜୟର ନାୟକ ସ୍ମିଥ୍ ୮୦ ରନ୍ କରି ହ୍ୟାଟ୍ରିକ୍ ଶତକ ଦିଗରେ ଅଗ୍ରସର ହେଉଥିଲା ବେଳେ ଆର୍ଚରଙ୍କ ଘଣ୍ଟାପ୍ରତି ୯୨.୪ କିଲୋମିଟର ବେଗରେ ଆସିଥିବା ବାଉନ୍ସର ସିଧା ଯାଇ ତାଙ୍କ ବେକରେ ବାଜିଥିଲା। କ୍ଷଣକ ଭିତରେ ସ୍ମିଥ୍ ଟଳି ପଡ଼ିଥିଲେ। ଚିକିତ୍ସକ ବିକଳରେ ପଡ଼ିଆ ଭିତରକୁ ଦୌଡ଼ିବା ସହ ଇଂଲଣ୍ଡ ଖେଳାଳି ମଧ୍ୟ ତାଙ୍କ ଉଠାଇବାକୁ ପହଞ୍ଚି ଯାଇଥିଲେ। ପଡ଼ିଆ ଭିତର ଚିକିତ୍ସା ପରେ ତିନି-ଚାରି ମିନିଟ୍ ପରେ କଷ୍ଟମଷ୍ଟେରେ ଉଠି ଠିଆ ହୋଇଥିଲେ ସେ । ହେଲେ ଆଉ ବ୍ୟାଟିଂ କରି ପାରି ନଥିଲେ। ରିଟାର୍ଡ ହର୍ଟ ହୋଇ ପଡ଼ିଆ ଛାଡ଼ିଥିଲେ। ଏହି ଘଟଣା ଅଷ୍ଟ୍ରେଲିଆ ପାଳିର ୭୭ତମ ଓଭରରେ ଘଟିଥିଲା। ୮୬ତମ ଓଭରରେ ପିଟର ସିଡଲ ଆଉଟ୍ ହେବା ପରେ ପୁଣି ଥରେ ବ୍ୟାଟିଂ ପାଇଁ ଆସିଥିଲେ ସ୍ମିଥ୍। କ୍ରିସ୍ ଓକ୍ସଙ୍କୁ ଦୁଇଟି ଚୌକା ମଧ୍ୟ ମାରିଥିଲେ। ହେଲେ ୮୮ତମ ଓଭରରେ ତାଙ୍କରି ଦ୍ବାରା ଏଲବିଡବ୍ଲ୍ୟୁ ହୋଇ ମାତ୍ର ୮ ରନ୍ ପାଇଁ ଶତକରୁ ବଞ୍ଚିତ ‌ହୋଇଥିଲେ। ଏହା ପୂର୍ବରୁ ଆର୍ଚର ବିଶ୍ବକପ୍‌ରେ ଏହି ଭଳି ଭାବେ ଅଷ୍ଟ୍ରେଲୀୟ ୱିକେଟ୍ ରକ୍ଷମ ଆଲେକ୍ସ କେରିଙ୍କ ଥୋଡ଼ି ଫଟାଇ ଦେଇଥିଲେ।

ସମ୍ବନ୍ଧିତ ଖବର