ହର୍‌ମନ୍‌ପ୍ରୀତ୍‌ ଓ ଜେମିମାଙ୍କ ବଡ଼ ଲମ୍ଫ

ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା

ଦୁବାଇ: ଭାରତୀୟ ମହିଳା ଦଳର ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର ଏବଂ ଜେମିମା ରୋଦ୍ରିଗୁଏଜ୍‌ ଆଇସିସି ‌ଟ୍ବେଣ୍ଟି-୨୦ ମାନ୍ୟତାରେ ବଡ଼ ଲମ୍ଫ ମାରିଛନ୍ତି। ମଙ୍ଗଳବାର ପ୍ରକାଶିତ ସାନି ମାନ୍ୟତା ତାଲିକାରେ ଉଭୟ ହର୍‌ମନ୍‌ପ୍ରୀତ୍‌ ଓ ଜେମିମା‌ ୩ ଲେଖାଏଁ ସ୍ଥାନ ଉଠି ଯଥାକ୍ରମେ ତୃତୀୟ ଓ ଷଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅନ୍ୟତମ ଭାରତୀୟ ସ୍ମୃତି ମନ୍ଧାନା ୭ ସ୍ଥାନ ଲମ୍ପ ମାରି ଦଶମରେ ପହଞ୍ଚିଛନ୍ତି। ଉଭୟ ଜେମିମା ଓ ସ୍ମୃତି ନିଜ ନିଜ କ୍ରିକେଟ୍‌ ଜୀବନର ସର୍ବଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ହେଲେ ଅଭିଜ୍ଞ ମିତାଲି ରାଜ୍‌ ତଳକୁ ଖସି ଯାଇଛନ୍ତି। ସେ ଦୁଇଟି ସ୍ଥାନ ଖସି ନବମରେ ପହଞ୍ଚିଛନ୍ତି। ଫଳରେ ଶୀର୍ଷ-୧୦ ମାନ୍ୟତା ମଧ୍ୟରେ ୪ ଜଣ ଭାରତୀୟ ବ୍ୟାଟର୍‌ ରହିଛନ୍ତି। ବୋଲରଙ୍କ ମାନ୍ୟତାରେ ଭାରତୀୟ ସ୍ପିନର ପୂନମ୍‌ ଯାଦବ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି।

ସମ୍ବନ୍ଧିତ ଖବର